ଜେଟ୍ ଏୟାରୱେଜ ବିମାନ କମ୍ପାନୀ ପାଇଁ ଏସବିଆଇର ନୂଆ ନିୟମ

ମୁମ୍ବାଇ: ଜେଟ୍ ଏୟାରୱେଜ କମ୍ପାନୀର ପରିଚାଳନା ବୋର୍ଡରୁ ଗୋୟେଲ ଦମ୍ପତି ଓ ଏତିହାଦ ଏୟାରୱେଜ ହଟିବା ପରେ ଆର୍ଥିକ ସ୍ଥିତିର ସୁଧାର ପାଇଁ ନୂଆ ନିୟମ ଜାରି କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଦୁଇ ଜଣ ନୂଆ ପୁଞ୍ଜିନିବେଶକାରୀ ମିଳିବା ପରେ ଏବେ ମୋଟ ପୁଞ୍ଜି ୯ ହଜାର ୫୩୫ କୋଟି ହୋଇଛି। ଦୁଇ ନୂଆ ପୁଞ୍ଜିନିବେଶକାରୀ ୩ ହଜାର ୮୦୦ କୋଟି ନିବେଶ କରିଛନ୍ତି ହେଲେ ସେମାନଙ୍କ ନା ଏବେ ସାର୍ବଜନୀନ କରିନାହିଁ ଏସବିଆଇ। ଜଣେ […]

Jet_Airways_

Subhransu Sekhar
  • Published: Monday, 01 April 2019
  • , Updated: 01 April 2019, 12:17 PM IST
ମୁମ୍ବାଇ: ଜେଟ୍ ଏୟାରୱେଜ କମ୍ପାନୀର ପରିଚାଳନା ବୋର୍ଡରୁ ଗୋୟେଲ ଦମ୍ପତି ଓ ଏତିହାଦ ଏୟାରୱେଜ ହଟିବା ପରେ ଆର୍ଥିକ ସ୍ଥିତିର ସୁଧାର ପାଇଁ ନୂଆ ନିୟମ ଜାରି କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଦୁଇ ଜଣ ନୂଆ ପୁଞ୍ଜିନିବେଶକାରୀ ମିଳିବା ପରେ ଏବେ ମୋଟ ପୁଞ୍ଜି ୯ ହଜାର ୫୩୫ କୋଟି ହୋଇଛି।
ଦୁଇ ନୂଆ ପୁଞ୍ଜିନିବେଶକାରୀ ୩ ହଜାର ୮୦୦ କୋଟି ନିବେଶ କରିଛନ୍ତି ହେଲେ ସେମାନଙ୍କ ନା ଏବେ ସାର୍ବଜନୀନ କରିନାହିଁ ଏସବିଆଇ। ଜଣେ ୧୭ଶହ କୋଟି ଓ ଅନ୍ୟ ଜଣେ ୨୧ଶହ କୋଟି ପୁଞ୍ଜି ନିବେଶ କରିଥିବା ଜଣାପଡ଼ିଛି।
ପ୍ରସ୍ତୁତ ହୋଇଥିବା ଚାର୍ଟ ଅନୁଯାୟୀ ମାର୍ଚ୍ଚ ୨୦୨୨ ସୁଦ୍ଧା କମ୍ପାନୀ ୨ ହଜାର ୬୩୬ କୋଟି ଲାଭ ପାଇବ ବୋଲି ଆଶା ରଖିଛି। ଏବଂ ବଜାରରେ ଏହାର ଶେୟାର ୩୦୦ ଟଙ୍କାରେ ପହଞ୍ଚିବ ବୋଲି ଆକଳନ ହୋଇଛି।
ଏହି ନୂଆ ନିୟମ ଅନୁଯାୟୀ ଉଭୟ ନରେଶ ଗୋଏଲ ଏବଂ ଏତିହାଦ ଏୟାରୱେଜ ନିଜ ନିଜର ୫୧% ଏବଂ ୨୪% ଶେୟାରକୁ ଚୁକ୍ତି ଅନୁଯାୟୀ ଓହରିବେ।

Related story