ସ୍ୱିସବ୍ୟାଙ୍କରେ ଭାରତୀୟ ମୁଦ୍ରାରେ ୧୦% ହ୍ରାସ

ଜ୍ୟୁରିକ୍: ସ୍ୱିସ ବ୍ୟାଙ୍କ ଗୁଡ଼ିକରେ ଭାରତୀୟ ମୁଦ୍ରାର ପରିମାଣ ହ୍ରାସ ପାଇଛି। ଏହି ବ୍ୟାଙ୍କ ଗୁଡ଼ିକରେ ଗତବର୍ଷ ଭାରତୀୟ ମୁଦ୍ରାରେ ୧୦ ପ୍ରତିଶତ ହ୍ରାସ ହୋଇଛି। ଫଳରେ ଏହି ବ୍ୟାଙ୍କ ଗୁଡ଼ିକରେ ଜମା ଭାରତୀୟ ମୁଦ୍ରାର ପରିମାଣ ୧୨,୬୧୫ କୋଟି ଟଙ୍କାକୁ ଖସି ଆସିଛି। ଗୁରୁବାର ଏହି ରିପୋର୍ଟ ପ୍ରକାଶ କରିଛି ସ୍ୱିଜରଲ୍ୟାଣ୍ଡର ସେଣ୍ଟ୍ରାଲ ବ୍ୟାଙ୍କିଂ ଅଥୋରିଟି ସ୍ୱିସ ନ୍ୟାସନେଲ ବ୍ୟାଙ୍କ (ଏସଏନବି)। କଳାଧନ ପ୍ରସଙ୍ଗରେ ଭାରତ ସମେତ ଅନେକ ଦେଶର ଚାପ ସ୍ୱିସ୍ ବ୍ୟାଙ୍କ ଗୁଡ଼ିକରେ […]

rupee

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 02:55 PM IST

ଜ୍ୟୁରିକ୍: ସ୍ୱିସ ବ୍ୟାଙ୍କ ଗୁଡ଼ିକରେ ଭାରତୀୟ ମୁଦ୍ରାର ପରିମାଣ ହ୍ରାସ ପାଇଛି। ଏହି ବ୍ୟାଙ୍କ ଗୁଡ଼ିକରେ ଗତବର୍ଷ ଭାରତୀୟ ମୁଦ୍ରାରେ ୧୦ ପ୍ରତିଶତ ହ୍ରାସ ହୋଇଛି। ଫଳରେ ଏହି ବ୍ୟାଙ୍କ ଗୁଡ଼ିକରେ ଜମା ଭାରତୀୟ ମୁଦ୍ରାର ପରିମାଣ ୧୨,୬୧୫ କୋଟି ଟଙ୍କାକୁ ଖସି ଆସିଛି। ଗୁରୁବାର ଏହି ରିପୋର୍ଟ ପ୍ରକାଶ କରିଛି ସ୍ୱିଜରଲ୍ୟାଣ୍ଡର ସେଣ୍ଟ୍ରାଲ ବ୍ୟାଙ୍କିଂ ଅଥୋରିଟି ସ୍ୱିସ ନ୍ୟାସନେଲ ବ୍ୟାଙ୍କ (ଏସଏନବି)। କଳାଧନ ପ୍ରସଙ୍ଗରେ ଭାରତ ସମେତ ଅନେକ ଦେଶର ଚାପ ସ୍ୱିସ୍ ବ୍ୟାଙ୍କ ଗୁଡ଼ିକରେ ପଡ଼ିଥିବା ଯୋଗୁ ସେଠାରେ ଅର୍ଥ ଜମା କରିବା ପରିମାଣ ହ୍ରାସ ପାଇ ଯାଇଛି ବୋଲି କୁହାଯାଇଛି। ଅବଶ୍ୟ ୨୦୧୨ରେ ମଧ୍ୟ ସ୍ୱିସ୍ ବ୍ୟାଙ୍କ ଗୁଡ଼ିକରେ ଭାରତୀୟ ମୁଦ୍ରାର ପରିମାଣରେ ଡ୍ରାସ ପରିଲିକ୍ଷିତ ହୋଇଥିଲା। ଏହି ବର୍ଷ ଭାରତୀୟ ମୁଦ୍ରାର ପରିମାଣ ୮,୫୩୦ କୋଟି ଟଙ୍କାଙ୍କୁ ଖସି ଆସିଥିଲା। ତେବେ ୨୦୧୩ରେ ଏଥିରେ ପ୍ରାୟ ୪୦% ବୃଦ୍ଧି ପରିଲିକ୍ଷିତ ହୋଇଥିଲା।

Related story