ଜାନୁୟାରୀ ୫ରୁ ଟାଟା ଷ୍ଟିଲ୍ ଓଡ଼ିଶା ଉତ୍ସବ

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୫ରୁ ୧୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଲଳିତ କଳା ଏକାଡେମୀଠାରେ ଅନୁଷ୍ଠିତ ହେବ ଆର୍ଟ ଇନ୍ ଇଣ୍ଡଷ୍ଟ୍ରି କ୍ୟାମ୍ପ। ଏଥିରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜତୀନ ଦାସ ଓ ବିନୋଦ ଶର୍ମାଙ୍କ ସହିତ ଓଡ଼ିଶାରୁ ୧୪ ଜଣ ଚିତ୍ରଶିଳ୍ପୀ ଯୋଗଦେବେ। ସେହିଭଳି ୯ ଓ ୧୦ ତାରିଖରେ ହେବାକୁ ଥିବା ଲିଟରାରୀ ମିଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, […]

tata

Rakesh Mallick
  • Published: Thursday, 31 December 2015
  • , Updated: 31 December 2015, 03:26 PM IST

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୫ରୁ ୧୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଲଳିତ କଳା ଏକାଡେମୀଠାରେ ଅନୁଷ୍ଠିତ ହେବ ଆର୍ଟ ଇନ୍ ଇଣ୍ଡଷ୍ଟ୍ରି କ୍ୟାମ୍ପ। ଏଥିରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜତୀନ ଦାସ ଓ ବିନୋଦ ଶର୍ମାଙ୍କ ସହିତ ଓଡ଼ିଶାରୁ ୧୪ ଜଣ ଚିତ୍ରଶିଳ୍ପୀ ଯୋଗଦେବେ।

ସେହିଭଳି ୯ ଓ ୧୦ ତାରିଖରେ ହେବାକୁ ଥିବା ଲିଟରାରୀ ମିଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ଦେବିଦତ୍ତ ପଟ୍ଟନାୟକ ଓ ରାଜଦୀପ ସରଦେଶାଇ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହାସହ ୧୦ ତାରିଖରେ କଳିଙ୍ଗ ଷ୍ଟାଡିୟମରୁ ୫, ୧୦ ଓ ୨୧ କିଲୋମିଟର ଦୂରତାକୁ ନେଇ ଏକ ହାଫ୍ ମାରାଥନ ଅନୁଷ୍ଠିତ ହେବ। ପ୍ରତି ବିଭାଗର ବିଜେତାଙ୍କୁ ପୁରସ୍କୃତ କରାଯିବ ବୋଲି ଟାଟା ଷ୍ଟିଲ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି।

 

Related story