ମୋବାଇଲ୍ ଓ ଲ୍ୟାଣ୍ଡ୍ ଲାଇନକୁ ରିଙ୍ଗ ଅବଧି ସ୍ଥିର କଲା ଟ୍ରାଇ

ନୂଆଦିଲ୍ଲୀ: ମୋବାଇଲ୍ କିମ୍ୱା ଲ୍ୟାଣ୍ଡ୍ ଲାଇନକୁ ଫୋନ୍ କଲେ ଯଦି କେହି କଲ୍ ଗ୍ରହଣ ନକରନ୍ତି ତାହାଲେ କେତେ ସମୟ ପାଇଁ ରିଙ୍ଗ୍ ହେବ ସେ ନେଇ ନିୟମ ତିଆରି କରିଛି ଟେଲିକମ୍ ଅଥରଟି ଅଫ୍ ଇଣ୍ଡିଆ (ଟ୍ରାଇ)। ପ୍ରଥମ ଥର ପାଇଁ ଟ୍ରାଇ ଏଭଳି ପଦକ୍ଷେପ ନେଇଛି। ଏଣିକି ମୋବାଇଲକୁ କଲ୍ କଲେ ୩୦ ସେକେଣ୍ଡ ପାଇଁ ରିଙ୍ଗ୍ ହେବ ଏବଂ ଲ୍ୟାଣ୍ଡ ଲାଇନକୁ କଲ୍ କଲେ ୯୦ ସେକେଣ୍ଡ ପାଇଁ ରିଙ୍ଗ୍ ହେବ। ଏହି […]

mobile tower

Subhransu Sekhar
  • Published: Saturday, 02 November 2019
  • , Updated: 02 November 2019, 02:26 PM IST

ନୂଆଦିଲ୍ଲୀ: ମୋବାଇଲ୍ କିମ୍ୱା ଲ୍ୟାଣ୍ଡ୍ ଲାଇନକୁ ଫୋନ୍ କଲେ ଯଦି କେହି କଲ୍ ଗ୍ରହଣ ନକରନ୍ତି ତାହାଲେ କେତେ ସମୟ ପାଇଁ ରିଙ୍ଗ୍ ହେବ ସେ ନେଇ ନିୟମ ତିଆରି କରିଛି ଟେଲିକମ୍ ଅଥରଟି ଅଫ୍ ଇଣ୍ଡିଆ (ଟ୍ରାଇ)। ପ୍ରଥମ ଥର ପାଇଁ ଟ୍ରାଇ ଏଭଳି ପଦକ୍ଷେପ ନେଇଛି। ଏଣିକି ମୋବାଇଲକୁ କଲ୍ କଲେ ୩୦ ସେକେଣ୍ଡ ପାଇଁ ରିଙ୍ଗ୍ ହେବ ଏବଂ ଲ୍ୟାଣ୍ଡ ଲାଇନକୁ କଲ୍ କଲେ ୯୦ ସେକେଣ୍ଡ ପାଇଁ ରିଙ୍ଗ୍ ହେବ। ଏହି ନିୟମ ମାନିବାକୁ ସମସ୍ତ ଟେଲିକମ କମ୍ପାନୀ ମାନଙ୍କୁ ବାଧ୍ୟତାମୂଳକ କରିଛି ଟ୍ରାଇ।

ଟେଲିକମ କମ୍ପାନୀମାନେ ପୂର୍ବରୁ ରିଙ୍ଗ ଅବଧି ମନ ଇଚ୍ଛା ରଖିଥିଲେ। ଯାହାକୁ ନେଇ ବିଭିନ୍ନ ଟେଲିକମ କମ୍ପାନୀ ଭିନ୍ନ ଭିନ୍ନ ମତ ରଖିଥିଲେ ଟ୍ରାଇ ପାଖରେ। ଏହାପରେ ସରକାରଙ୍କ ଦୂରସଞ୍ଚାର ବିଭାଗ ଅଧୀନରେ ଥିବା ଟ୍ରାଇ ଏଭଳି ନିୟମ ତିଆରି କରିବାକୁ ବାଧ୍ୟ ହୋଇଛି। ନଭେମ୍ୱର ୧ ପାଖରୁ ଏହି ନିୟମ ଲାଗୁ ହୋଇଥିବା ସୂଚନା ରହିଛି।

https://twitter.com/ians_india/status/1190487828091682817

ଟ୍ରାଇର ଏଭଳି ପଦକ୍ଷେପକୁ କେବଳ ଜିଓ ବିରୋଧ କରିଛି। କମ୍ପାନୀ କହିଛି ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ଲ୍ୟାଣ୍ଡ ଲାଇନ ନମ୍ୱରକୁ ମୋବାଇଲ ନମ୍ୱର ଭାବରେ ବିକ୍ରି କରୁଛନ୍ତି। ତେଣୁ ସେହି ନମ୍ୱରକୁ କଲେ କଲେ ୯୦ ସେକେଣ୍ଡ ପାଇଁ ରିଙ୍ଗ ହେବ। ଏହା ଆଇନ ବିରୋଧୀ। ହେଲେ ଏୟାରଟେଲ, ଭୋଡାଫୋନ ଜିଓର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବରଂ ଆଇୟୁସି ଚାର୍ଜ ଲାଗୁ କରିଥିବାରୁ ଏଭଳି ନିୟମକୁ ଜିଓ ବିରୋଧ କରୁଛି ବୋଲି ସେମାନେ କହିଥିଲେ।

ସୂଚନାଯୋଗ୍ୟ, ରିଙ୍ଗ ଟାଇମର ଅବଧି କମ୍‌ ହେଲେ ଯଦି ଅନ୍ୟ ଟେଲିକମ ନେଟଓ୍ୱର୍କରୁ କଲ୍‌ ବ୍ୟାକ୍‌ ହୁଏ ତାହେଲେ କଲ୍ ରିସିଭ କରୁଥିବା ଟେଲିକମ ନେଟଓ୍ୱର୍କ ରୋଜଗାର କରିବାକୁ ସକ୍ଷମ ହୋଇଥାଏ।

Related story