ଶସ୍ତା ହେଲା ନୋକିଆର ଦୁଇଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ମୋବାଇଲ୍‌ ନିର୍ମାତା କମ୍ପାନୀ ନୋକିଆ ଭାରତରେ ତା’ର ୨ଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଛି। ଏହି ଦୁଇଟି ଫୋନ୍‌ ହେଉଛି Nokia 7.1 ଓ Nokia 6.1 Plus। ନୋକିଆ ଅନ୍‌ଲାଇନ୍‌ ଷ୍ଟୋର୍‌ରେ Nokia 7.1(୪ଜିବି)ର ମୂଲ୍ୟ ୧୨ ହଜାର ୯୯୯ ଟଙ୍କା ରହିଛି। ଲଞ୍ଚ୍ ବେଳେ ଏହାର ଦାମ୍ ୧୯ ହଜାର ୯୯୯ ଟଙ୍କା ଥିଲା। ଅବଶ୍ୟ ଗତ ଏପ୍ରିଲ୍‌ରେ ଏହାର ମୂଲ୍ୟ କମାଇ ୧୮,୯୯୯ କରି ଦିଆଯାଇଥିଲା। ସେହିପରି Nokia 6.1 Plus […]

nokia

Chinmayee Roy
  • Published: Sunday, 25 August 2019
  • , Updated: 25 August 2019, 01:36 PM IST

ନୂଆଦିଲ୍ଲୀ: ମୋବାଇଲ୍‌ ନିର୍ମାତା କମ୍ପାନୀ ନୋକିଆ ଭାରତରେ ତା’ର ୨ଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଛି। ଏହି ଦୁଇଟି ଫୋନ୍‌ ହେଉଛି Nokia 7.1 ଓ Nokia 6.1 Plus।

ନୋକିଆ ଅନ୍‌ଲାଇନ୍‌ ଷ୍ଟୋର୍‌ରେ Nokia 7.1(୪ଜିବି)ର ମୂଲ୍ୟ ୧୨ ହଜାର ୯୯୯ ଟଙ୍କା ରହିଛି। ଲଞ୍ଚ୍ ବେଳେ ଏହାର ଦାମ୍ ୧୯ ହଜାର ୯୯୯ ଟଙ୍କା ଥିଲା। ଅବଶ୍ୟ ଗତ ଏପ୍ରିଲ୍‌ରେ ଏହାର ମୂଲ୍ୟ କମାଇ ୧୮,୯୯୯ କରି ଦିଆଯାଇଥିଲା।

ସେହିପରି Nokia 6.1 Plus ୪ଜିବି ଓ ୬ ଜିବିର ମୂଲ୍ୟ କମାଇ ଯଥାକ୍ରମେ ୧୧ ହଜାର ୯୯୯  ଓ ୧୪ ହଜାର ୯୯୯ ଟଙ୍କା କରାଯାଇଛି।  ପୂର୍ବରୁ ଏହି ଦୁଇ ଫୋନ୍‌ର ମୂଲ୍ୟ ଯଥାକ୍ରମେ ୧୫ ହଜାର ୯୯୯ ଓ ୧୮ ହଜାର ୪୯୯ ଟଙ୍କା ଥିଲା। ଅର୍ଥାତ୍ ଏହି ଦାମ୍‌ରେ ଫୋନ୍ ଦୁଇଟି ଲଞ୍ଚ୍ ହୋଇଥିଲା।

ସୂଚନା ଅନୁଯାୟୀ, କମ୍ପାନୀ ସେପ୍ଟେମ୍ବର ୫ତାରିଖ ଦିନ ‘IFA ୨୦୧୯’ରେ Nokia 7.2 ଓ Nokia 6.2 ଲଞ୍ଚ୍‌ କରିବାକୁ ଯାଉଛି।  ତେଣୁ ଏହି କାରଣରୁ କମ୍ପାନୀ ଏହାର ଲୋୟର ଭର୍ସନ୍‌ ବା ପୁରୁଣା ମଡେଲ୍‌ର ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଥିବା ଚର୍ଚ୍ଚା ହେଉଛି।

Nokia 7.1ରେ ୫.୮୪ ଇଞ୍ଚର ଫୁଲ୍‌ HD+LCD ଡିସ୍‌ପ୍ଲେ ଦିଆଯାଇଛି। ଫୋନ୍‌ଟି ଆଣ୍ଡ୍ରଏଡ୍‌ ୬ ପାଇରେ ଚାଲେ। ଏହି ସ୍ମାର୍ଟଫୋନ୍‌ରେ ୪ଜିବି ରାମ୍‌ ୬୪ ଜିବି ଷ୍ଟୋରେଜ୍‌ ସହ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୬୩୬ ପ୍ରୋସେସର୍‌ ରହିଛି। ଫଟୋ ଉଠାଇବା ପାଇଁ ଏହାର ରିୟର୍‌ରେ ୧୨ ମେଗାପିକ୍ସେଲ୍‌ ଓ ୫ ମେଗାପିକ୍ସେଲ୍‌ର ଡୁଆଲ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିସହ ସେଲ୍‌ଫି ପାଇଁ ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ମଧ୍ୟ ଏଥିରେ ରହିଛି। ଏଥିସହ ଏହି ଫୋନ୍‌ରେ ୩,୦୬୦mAhର ବ୍ୟାଟେରୀ ଦିଆଯାଇଛି।

ସେହିପରି Nokia 6.1 Plusରେ ୫.୮ ଇଞ୍ଚର ଫୁଲ୍‌ HD+ ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ୪ଜିବି ଓ ୬ଜିବି ରାମ୍‌ ଏବଂ ୬୪ ଜିବି ଷ୍ଟୋରେଜ୍‌ ସହ ସ୍ନାପଡ୍ରାଗନ୍‌ ୬୩୬ ପ୍ରୋସେସର୍‌ ଉପଲବ୍ଧ। ଫଟୋ ଉଠାଇବା ପାଇଁ ଏହାର ରିୟର୍‌ରେ ୧୬ ମେଗାପିକ୍ସେଲ୍‌ ଓ ୫ ମେଗାପିକ୍ସେଲ୍‌ର ଡୁଆଲ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିସହ ସେଲ୍‌ଫି ପାଇଁ ୧୬ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ମଧ୍ୟ ଏହି ଫୋନ୍‌ରେ ଦିଆଯାଇଛି। ଏଥିରେ ୩,୦୬୦mAhର ବ୍ୟାଟେରୀ ଦିଆଯାଇଛି।

Related story