ଲଞ୍ଚ୍‌ ହେଲା Redmiର ନୂଆ ଫୋନ୍‌: ମାତ୍ର ୨ ଘଣ୍ଟାରରେ ବିକ୍ରି ହେଲା ୨ ଲକ୍ଷରୁ ଅଧିକ ୟୁନିଟ୍

ନୂଆଦିଲ୍ଲୀ: ଶାଓମିର ସବ୍‌-ବ୍ରାଣ୍ଡ Redmi ନିକଟରେ ନିଜର ନୂଆ ଫୋନ୍‌ Redmi k20 Pro ଲଞ୍ଚ୍ କରିଥିଲା। k20 Proକୁ କମ୍ପାନୀ OnePlus 7 Pro ଓ ସାମସଙ୍ଗ Galaxy S10କୁ ମାର୍କେଟରେ ଟକ୍କର ଦେବା ପାଇଁ ଲଞ୍ଚ୍ କରିଛି। ଗତ ସପ୍ତାହରେ ଚୀନ୍‌ରେ ଏହାକୁ ଲଞ୍ଚ କରାଯାଇଛି। ଲଞ୍ଚ୍‌ ପରେ ଏହାର ପ୍ରଥମ ସେଲ୍‌ ରଖାଯାଇଥିଲା । ପ୍ରଥମ ସେଲ୍‌ରେ ହିଁ ମାତ୍ର ଦୁଇ ଘଣ୍ଟା ଭିତରେ ଏହି ସ୍ମାର୍ଟଫୋନ୍‌ର ୨ ଲକ୍ଷରୁ ଅଧିକ ୟୁନିଟ୍‌ […]

k3

Chinmayee Roy
  • Published: Tuesday, 04 June 2019
  • , Updated: 04 June 2019, 01:43 PM IST

ନୂଆଦିଲ୍ଲୀ: ଶାଓମିର ସବ୍‌-ବ୍ରାଣ୍ଡ Redmi ନିକଟରେ ନିଜର ନୂଆ ଫୋନ୍‌ Redmi k20 Pro ଲଞ୍ଚ୍ କରିଥିଲା। k20 Proକୁ କମ୍ପାନୀ OnePlus 7 Pro ଓ ସାମସଙ୍ଗ Galaxy S10କୁ ମାର୍କେଟରେ ଟକ୍କର ଦେବା ପାଇଁ ଲଞ୍ଚ୍ କରିଛି। ଗତ ସପ୍ତାହରେ ଚୀନ୍‌ରେ ଏହାକୁ ଲଞ୍ଚ କରାଯାଇଛି। ଲଞ୍ଚ୍‌ ପରେ ଏହାର ପ୍ରଥମ ସେଲ୍‌ ରଖାଯାଇଥିଲା । ପ୍ରଥମ ସେଲ୍‌ରେ ହିଁ ମାତ୍ର ଦୁଇ ଘଣ୍ଟା ଭିତରେ ଏହି ସ୍ମାର୍ଟଫୋନ୍‌ର ୨ ଲକ୍ଷରୁ ଅଧିକ ୟୁନିଟ୍‌ ବିକ୍ରି ହୋଇଛି। ଏହାର ପରବର୍ତ୍ତୀ ସେଲ୍ ଆଜି ରଖାଯାଇଛି।

ସୂଚନା ଅନୁଯାୟୀ କମ୍ପାନୀ ଖୁବ୍ ଶୀଘ୍ର Redmi K20 ଓ Redmi K20 Proକୁ ଭାରତରେ ଲଞ୍ଚ୍ କରିବ। ଏ ଯାଏଁ ଭାରତରେ ଫୋନ୍‌ ଲଞ୍ଚିଂର ତାରିଖ ସାମ୍ନାକୁ ଆସିନାହିଁ। ହେଲେ ଆମେ ଆଶା କରୁଛୁ ଯେ ଏହା ଚଳିତ ମାସରେ ହିଁ ଲଞ୍ଚ୍‌ ହୋଇଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।

ଏହି ଫୋନ୍‌ର ଦାମ୍‌ କଥା କହିଲେ। ଚୀନ୍‌ରେ Redmi K20ର 6GB ରାମ୍ ଓ  64GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ପାଖାପାଖି ୨୦ ହଜାର ଟଙ୍କା ରଖାଯାଇଥିବାବେଳେ 6GB ରାମ୍ ଓ 128GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ପାଖାପାଖି ୨୧ ହଜାର ଟଙ୍କା ରଖାଯାଇଛି। ଅନ୍ୟପଟେ Redmi k20 Proର ମୂଲ୍ୟ କଥା କହିଲେ ଏହାର 6GB ରାମ୍ ଓ 64GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ପାଖାପାଖି ୨୫ ହଜାର ଟଙ୍କା।  8GB ରାମ୍ ଓ 128GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ପାଖାପାଖି ୨୮ ହଜାର ଟଙ୍କା ଓ 8GB ରାମ୍ ଓ 128GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ମଧ୍ୟ ୨୮ ହଜାର ଟଙ୍କା  ରଖାଯାଇଛି।

ଚର୍ଚ୍ଚା ହେଉଛି ଯେ ଭାରତରେ ଏହି ଦୁଇଟି ସ୍ମାର୍ଟଫୋନ୍‌କୁ Poco F2 ଓ Poco F2 Pro ଭାବେ ଲଞ୍ଚ୍ କରାଯିବ। ସ୍ପେଶିଫିକେଶନ୍ କଥା କହିଲେ, Redmi K20ରେ ସ୍ନାପରାଗନ ୭୧୦ ଓ Redmi K20 Proରେ ଫ୍ଲାଗଶିପ୍ ସ୍ନାପଡ୍ରାଗନ୍ ୮୫୫ ପ୍ରୋସେସର ଦିଆଯାଇଛି। ସବୁଠୁ ଖାସ୍‌ କଥା ହେଉଛି ଏହି ଦୁଇଟିଯାକ ସ୍ମାର୍ଟଫୋନ୍‌ର ରିୟର୍‌ରେ ୪୮ ମେଗାପିକ୍ସେଲ, ୮ ମେଗାପିକ୍ସେଲ ଓ ୧୩ ମେଗାପିକ୍ସେଲର ଟ୍ରିପଲ୍ କ୍ୟାମେରା ଦିଆଯାଇଛି। ସେହିଭଳି ସେଲ୍‌ଫି ପାଇଁ ଏଥିରେ ୨୦ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ମଧ୍ୟ ଦିଆଯାଇଛି। ଯାହାକି ଗ୍ରାହକଙ୍କୁ ବେଶି ଆକୃଷ୍ଟ କରିପାରିଛି।

Related story