Advertisment

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି, କ୍ୟାବିନେଟ୍ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ତାମିଲନାଡୁରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି। ବ୍ୟାଙ୍କ ବୁଡ଼ୁଥିବା ବେଳେ କେନ୍ଦ୍ର ସରକାର ଏହି ବ୍ୟାଙ୍କକୁ ଡିବିଏସରେ (ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ସିଙ୍ଗାପୁର) ମିଶାଇବା ନେଇ ଅନୁମତି ପ୍ରଦାନ କରିଛି। ଆରବିଆଇ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଥିଲା। ଏହି ମିଶ୍ରଣ ପରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। Union Cabinet has approves equity infusion by […]

ଅଦ୍ୟତନ ହୋଇଛି
ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି, କ୍ୟାବିନେଟ୍ ନେଲା ବଡ଼ ନିଷ୍ପତ୍ତି

LVS-DBS

Advertisment

ନୂଆଦିଲ୍ଲୀ: ତାମିଲନାଡୁରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି। ବ୍ୟାଙ୍କ ବୁଡ଼ୁଥିବା ବେଳେ କେନ୍ଦ୍ର ସରକାର ଏହି ବ୍ୟାଙ୍କକୁ ଡିବିଏସରେ (ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ସିଙ୍ଗାପୁର) ମିଶାଇବା ନେଇ ଅନୁମତି ପ୍ରଦାନ କରିଛି। ଆରବିଆଇ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଥିଲା। ଏହି ମିଶ୍ରଣ ପରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି।

Advertisment

ଲକ୍ଷ୍ମୀ ବିଳାସ ବ୍ୟାଙ୍କ୍ ଏନପିଏ ହେବା ପରେ ଆରବିଆଇ କାରବାର ଉପରେ ପ୍ରତିବନ୍ଧକ ଲଗାଇଛି। ଏହାପୂର୍ବରୁ, ୨୦୧୯ରେ ଚଳିତ ବର୍ଷ ମାର୍ଚ୍ଚରେ କୋଅପରେଟିଭ ବ୍ୟାଙ୍କ ପିଏମସି ଏବଂ ୟେସ୍ ବ୍ୟାଙ୍କ ଉପରେ ଆରବିଆଇ ପ୍ରତିବନ୍ଧକ ଲଗାଇଥିଲା। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବେ ୟେସ୍ ବ୍ୟାଙ୍କକୁ ଟ୍ରାକକୁ ଫେରାଇ ଆଣିବାରେ ସଫଳ ହୋଇଥିବାବେଳେ ପିଏମସି ବ୍ୟାଙ୍କର ସଙ୍କଟ ଏପର୍ଯ୍ୟନ୍ତ ସମାଧାନ ହୋଇନି। ଏହି ବ୍ୟାଙ୍କ ପୂର୍ବରୁ ଇଣ୍ଡିଆବୁଲ୍ସ ସହିତ ମିଶ୍ରଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଆରବିଆଇ ଏହାକୁ ଅନୁମୋଦନ ଦେଇ ନଥିଲା।

Advertisment

ଲକ୍ଷ୍ମୀ ବିଲାସ ବ୍ୟାଙ୍କ ୧୯୨୬ ମସିହାରେ ତାମିଲନାଡୁର ସାତଜଣ ବ୍ୟବସାୟୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ବି.ଏସ.ଏନ ରାମଲିଙ୍ଗ ଚୋଟିୟାର ଏହାର ନେତୃତ୍ୱ ନେଇଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଏବଂ କୃଷି ସହ ଜଡିତ କାରୁର ଏବଂ ଆଖପାଖର ଲୋକଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା। ତେବେ ପ୍ରାଥମିକ ଭାବରେ ବ୍ୟାଙ୍କ ସଫଳ ହେବା ପରେ ଦେଶର ୧୬ଟି ରାଜ୍ୟରେ ୫୬୬ଟି ଶାଖା ଏବଂ ୯୧୮ ଟି ଏଟିଏମ୍ ଚଳାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe