Advertisment

ହ୍ୱାଟସଆପ୍ ଅପଡେଟର ସମୀକ୍ଷା କରୁଛି କେନ୍ଦ୍ର

ନୂଆଦିଲ୍ଲୀ: ହ୍ୱାଟସଆପ ଅପଡେଟ ନୋଟିଫିକେସନକୁ ନେଇ ବିବାଦ ଉଠିବା ପରେ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ଯଦିଓ ଜାନୁଆରୀ ୧୩ରେ ହ୍ୱାଟସଆପ ବିଭିନ୍ନ ଜାତୀୟ ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଜରିଆରେ ସ୍ପଷ୍ଟୀକରଣ ରଖିଥିଲା ହେଲେ ବିଭିନ୍ନ ଏକ୍ସପର୍ଟ ଏହାକୁ ନେଇ ପ୍ରଶ୍ନ କରିବା ପରେ ଭାରତ ସରକାର ଏହାର ନୋଟିଫିକେସନ ଏବଂ ଅପଡେଟ ପଲିସି ବାବଦରେ ସମୀକ୍ଷା କରୁଛନ୍ତି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫେବୃଆରୀ ୮ ସୁଦ୍ଧା ନୋଟିଫିକେସନ ଉପରେ […]

ଅଦ୍ୟତନ ହୋଇଛି
କରୋନା ଗୁଜବ ଉପରେ ହ୍ୱାଟ୍ସଆପ୍‌ର ଲଗାମ

whatsapp

Advertisment

ନୂଆଦିଲ୍ଲୀ: ହ୍ୱାଟସଆପ ଅପଡେଟ ନୋଟିଫିକେସନକୁ ନେଇ ବିବାଦ ଉଠିବା ପରେ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ଯଦିଓ ଜାନୁଆରୀ ୧୩ରେ ହ୍ୱାଟସଆପ ବିଭିନ୍ନ ଜାତୀୟ ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଜରିଆରେ ସ୍ପଷ୍ଟୀକରଣ ରଖିଥିଲା ହେଲେ ବିଭିନ୍ନ ଏକ୍ସପର୍ଟ ଏହାକୁ ନେଇ ପ୍ରଶ୍ନ କରିବା ପରେ ଭାରତ ସରକାର ଏହାର ନୋଟିଫିକେସନ ଏବଂ ଅପଡେଟ ପଲିସି ବାବଦରେ ସମୀକ୍ଷା କରୁଛନ୍ତି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫେବୃଆରୀ ୮ ସୁଦ୍ଧା ନୋଟିଫିକେସନ ଉପରେ ସହମତି ପ୍ରକାଶ ନକଲେ ହ୍ୱାଟସଆପ ନିଷ୍କ୍ରିୟ ହୋଇଯିବ।

Advertisment

ବିଭିନ୍ନ ହ୍ୱାଟସଆପ ୟୁଜର ନୂଆ ନୋଟିଫିକେସନ ଜରିଆରେ ଆଶଙ୍କା କରିଛନ୍ତି ଯେ ସେମାନଙ୍କର ଗୋପନୀୟତା ଉଲ୍ଲଂଘନ ହୋଇପାରେ। ହ୍ୱାଟସଆପ୍ ନୂଆ ଅପଡେଟରେ ୟୁଜରଙ୍କ ସହ ଜଡିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ବ୍ୟବସାୟ  କାରବାର କରିବା ପାଇଁ ଚେଷ୍ଟା କରୁଛି।

ନୂଆ ଅପଡେଟ ନୀତି ସହମତି ହେବା ପରେ ୟୁଜରଙ୍କ ଲୋକେସନ, ଫୋନ୍ ନମ୍ବର, ଠିକଣା ଏବଂ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ମେସେଞ୍ଜର ସହିତ ବିଭିନ୍ନ ତଥ୍ୟ ଏକକୀକରଣ କରିବ। ଯାହାକୁ ଭାରତ ସମେତ ଅନେକ ଦେଶ ଏହି ନୂଆ ଅପଡେଟ ବ୍ୟକ୍ତିଗତ ଗୋପନୀୟତାକୁ ଉଲ୍ଲଂଘନ କରୁଥିବା ଦାବି କରିଛନ୍ତି।

Advertisment

ଦେଶରେ ଡାଟା ସୁରକ୍ଷାକୁ ନେଇ କୌଣସି ଆଇନ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ହ୍ୱାଟସଆପର ନୂଆ ନୀତି ସହ ଜଡିତ ଅନେକ ଦିଗକୁ ଦେଖୁଛନ୍ତି ସରକାର। ଯଦି ଅନ୍ୟ ଦେଶର ଉଦାହରଣ ଦେଖିବା ତାହେଲେ ୟୁରୋପୀୟ ୟୁନିଅନରେ ୟୁଜର ଚୁକ୍ତିରେ ହ୍ୱାଟ୍ସଆପ୍ ଯେଉଁ ପଲିସି ଅପଡେଟ୍ ଆଣିଛି, ତାହା ଭାରତର ଅପଡେଟ ନୋଟିଫିକେସନ ସହିତ ସମାନ ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe