ସାଓମି ଲଞ୍ଚ୍ କଲା Mi Pay: ଟକ୍କର ଦେବ Google Payକୁ
ନୂଆଦିଲ୍ଲୀ: ଚାଇନିଜ୍ କମ୍ପାନୀ ସାଓମି ଭାରତରେ ଲଞ୍ଚ୍ କଲା ‘Mi Pay’। ଚିନ୍ ପରେ ଭାରତରେ ‘Mi Pay’ ଲଞ୍ଚ୍ କଲା କମ୍ପାନୀ। ଏହାର ପେମେଣ୍ଟ ସର୍ଭିସ୍ UPI ବେସଡ୍ ଅଟେ । ଯଦି ଆପଣ Google pay ବ୍ୟବହାର କରିଛନ୍ତି, Mi Pay ମଧ୍ୟ ଠିକ୍ ସେହିପରି କାମ କରେ। ଏହା ଭାରତୀୟ ବଜାରରେ Google payକୁ କଡ଼ା ଟକ୍କର ଦେଇପାରେ। ଏହାର ବ୍ୟବହାର ପ୍ରକ୍ରିୟା ବହୁତ ସରଳ। Google pay ପରି ଏହା ମଧ୍ୟ […]
ନୂଆଦିଲ୍ଲୀ: ଚାଇନିଜ୍ କମ୍ପାନୀ ସାଓମି ଭାରତରେ ଲଞ୍ଚ୍ କଲା ‘Mi Pay’। ଚିନ୍ ପରେ ଭାରତରେ ‘Mi Pay’ ଲଞ୍ଚ୍ କଲା କମ୍ପାନୀ। ଏହାର ପେମେଣ୍ଟ ସର୍ଭିସ୍ UPI ବେସଡ୍ ଅଟେ । ଯଦି ଆପଣ Google pay ବ୍ୟବହାର କରିଛନ୍ତି, Mi Pay ମଧ୍ୟ ଠିକ୍ ସେହିପରି କାମ କରେ। ଏହା ଭାରତୀୟ ବଜାରରେ Google payକୁ କଡ଼ା ଟକ୍କର ଦେଇପାରେ। ଏହାର ବ୍ୟବହାର ପ୍ରକ୍ରିୟା ବହୁତ ସରଳ। Google pay ପରି ଏହା ମଧ୍ୟ ଆପଣଙ୍କ ଫୋନ୍ ନମ୍ବରରୁ ସମସ୍ତ ଆକାଉଣ୍ଟ ଡିଟେଲ୍ସ ନେଇଯାଏ।
ଅଫର୍ ଅନୁଯାୟୀ Mi Pay ୟୁଜର୍ସ Redmi Note 7 ଓ Mi TV ମଧ୍ୟ ଜିତି ପାରିବେ। Mi Pay ବ୍ୟବହାର କରିବା ପାଇଁ ଆପଣଙ୍କୁ MIUIର ନୂଆ ଅପଡେଟ୍ ଆପ୍କୁ ଇନ୍ଷ୍ଟଲ କରିବାକୁ ପଡ଼ିବ ଯାହାକି ଭାରତରେ ଦିଆଯାଇଛି। ଏହି ଆପ୍ରେ QR କୋଡ୍ର ଅପସନ୍ ଦିଆଯାଇଛି, ଯାହାକୁ ସ୍କାନ୍ କରି ପେମେଣ୍ଟ କରାଯାଇପାରିବ। ଏଥିରେ ମନି ସେଣ୍ଡ ଓ ରିକ୍ୱେଷ୍ଟ କରିହେବ। ଏହାର ୟୁଜର ଇଣ୍ଟରଫେସ୍କୁ କମ୍ପାନୀ ବହୁତ ସରଳ ରଖିଛି। କମ୍ପାନୀ ମୁତାବକ MIUIରେ ଏହା ବେଶି ଭଲରେ କାମ କରିବ।
କମ୍ପାନୀ ମୁତାବକ ଆପଣଙ୍କ ପାଖରେ ସାଓମିର ଫୋନ୍ ଥିଲେ ଆପଣ ଏହାକୁ ଏସଏମଏସ୍ ଜରିଆରେ ବ୍ୟବହାର କରିପାରିବେ। ଏହାକୁ ୟୁଟିଲିଟି ବିଲ୍ ପେ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ମୋବାଇଲ ରିଚାର୍ଜ ହେଉ କି ଇଲେକ୍ଟ୍ରି ବିଲ୍ ଆପଣ Mi Payରେ ସବୁକିଛି କରିପାରିବେ। କିନ୍ତୁ ଆପଣ Mi Payକୁ ଡାଉନ୍ଲୋଡ କରିପାରିବେ ନାହିଁ। ଏହାକୁ କେବଳ ସାଓମି ସ୍ମାର୍ଟଫୋନ୍ରେ ହିଁ ବ୍ୟବହାର କରିପାରିବେ।