auto bank
ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲରେ ଥିବା ପେମେଣ୍ଟ ଆପରେ ମୋବାଇଲ ରିଚାର୍ଜ, ଇଲେକ୍ଟ୍ରି ବିଲ୍, ପାଣି ବିଲ୍, ବିମା ଦେୟ, ଓଟିଟି ରିଚାର୍ଜ ଆଦି ସ୍ୱୟଂଚାଳିତ ସେବା ସହିତ ଜଡ଼ିତ କି ? ଯଦି ହଁ ତାହେଲେ ଜାଣି ରଖନ୍ତୁ ଏପ୍ରିଲ ୧ରୁ ଆଉ ଏଭଳି ସ୍ୱୟଂଚାଳିତ ଦେୟ ପୈଠ କରିହେବ ନାହିଁ। କାରଣ ବ୍ୟାଙ୍କିଙ୍ଗ୍ ପ୍ରକ୍ରିୟାକୁ ଅଧିକ ମଜବୁତ କରିବା ପାଇଁ ଓ ଟ୍ରାଞ୍ଜାକସନକୁ ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆରବିଆଇ ନିୟମରେ ପରିବର୍ତ୍ତନ କରିଛି।
ନୂଆ ନିୟମ
କାରଣ ମାର୍ଚ୍ଚ ୩୧ରୁ ରିଜର୍ଭ ବ୍ୟାଙ୍କ ଆଡିସନାଲ ଫ୍ୟାକ୍ଟର୍ ଅଥେନଟିକେସନ (AFA) ପାଇଁ ନୂଆ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ OTT ସବସ୍କ୍ରିପସନ୍ ଏବଂ ଡିଜିଟାଲ୍ ନ୍ୟୁଜ୍ ସବସ୍କ୍ରିପସନ ପାଇଁ ଆକାଉଣ୍ଟରୁ ଟଙ୍କା କଟି ରିଚାର୍ଜ ହେବା ପୂର୍ବରୁ ଆପଣଙ୍କ ପାଖକୁ ଏକ ମେସେଜ ଆସିବ। ଯଦି ଆପଣ ମେସେଜ ପାଇ ରିଚାର୍ଜକୁ ଅନୁମତି ଦେବେ, ତେବେ ଯାଇ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ।
ଅର୍ଥାତ୍ ଦେୟ ତାରିଖର ୫ଦିନ ପୂର୍ବରୁ ବ୍ୟାଙ୍କଗୁଡ଼ିକ ଏକ ମେସେଜ ପଠାଇବେ। ଯଦି ଗ୍ରାହକମାନେ ଏହାକୁ ଅନୁମୋଦନ ଦେବେ ତାହେଲେ ଦେୟ ଅନୁମୋଦନ ହେବ। ଯଦି ୫୦୦୦ ଟଙ୍କାରୁ ଅଧିକ ଦେୟ ହୁଏ, ତେବେ ବ୍ୟାଙ୍କଗୁଡ଼ିକୁ OTP ପଠାଇବାକୁ ହେବ। ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆରବିଆଇ ଏହି ପଦକ୍ଷେପ ନେଇଛି।
ପୁରୁଣା ନିୟମ
ପୂର୍ବରୁ ‘ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ’ ନିୟମ ଥିଲା। ଏଥିପାଇଁ ଆରବିଆଇ ସମସ୍ତ ବ୍ୟାଙ୍କ, ଡେବିଟ୍ ଓ କ୍ରେଡିଟ କାର୍ଡ କମ୍ପାନୀଙ୍କୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସମୟ ଦେଇଥିଲା। ତେବେ ବ୍ୟାଙ୍କ ଏବଂ କାର୍ଡ କମ୍ପାନୀ ମାନେ ଏହି ଅବଧିକୁ ବଢ଼ାଇବା ପାଇଁ ଆରବିଆଇ ପାଖରେ ଦାବି କରିଥିଲେ। ହେଲେ ଆରବିଆଇ ନିଜ ନିଷ୍ପତ୍ତିରେ କାଏମ ରହିଛି। ଅର୍ଥାତ୍ ଏପ୍ରିଲ ପହିଲାରୁ ନୂଆ ଆଡିସନାଲ ଫ୍ୟାକ୍ଟର୍ ଅଥେନଟିକେସନ ଲାଗୁ ହେବ।
କାହିଁକି ବ୍ୟାଙ୍କ ଓ କାର୍ଡ କମ୍ପାନୀ ଅବଧି ବଢ଼ାଇବାକୁ କହୁଥିଲେ?
ଏପ୍ରିଲରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ। ଏହି ସମୟରେ ଅନେକ ଟିକସ ଏବଂ ଅନ୍ୟାନ୍ୟ ଦେୟ ଦିଅନ୍ତି ଲୋକମାନେ। ହେଲେ ନୂଆ ନିୟମ ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ପଡ଼ିବ ବୋଲି ଜଣାପଡ଼ିଛି। କାରଣ ସେମାନଙ୍କ ବିଲ୍ ଏବଂ ସବସ୍କ୍ରିପସନ୍ ଆଉ ସ୍ୱୟଂଚାଳିତ ଭାବରେ ଦେୟ ହେବନି। ଏହାଦ୍ୱାରା ଏପ୍ରିଲରେ ୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଦେୟ ପ୍ରଭାବିତ ହୋଇପାରେ। ଯେଉଁଥିରେ କାର୍ଡ, ୟୁଟିଲିଟି ବିଲ୍, ଓଟିଟି ଏବଂ ମିଡିଆ ସବସ୍କ୍ରିପସନ୍ ଏବଂ ଏମ୍ଏସ୍ଏମ୍ଇ, କର୍ପୋରେଟ୍ ଭଳି ସମସ୍ତ କ୍ଷେତ୍ର ଅନ୍ତର୍ଭୁକ୍ତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/auto-bank.jpg)