ହ୍ୱାଟ୍‌ସ ଆପ୍‌ରେ ଆସିଲା ନୂଆ ଫିଚର୍: ଷ୍ଟାଟସ୍ ଦେଲା ବେଳେ ମିଳିବ ଫାଇଦା

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ଫେସ୍‌ବୁକ୍‌ ତା’ର ତିନିଟି ଆପ୍‌- ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସ୍‌ ଆପ୍‌କୁ ଏକାଠି କରିବା କଥା କହିଥିଲା। ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ହ୍ୱାଟ୍‌ସ ଆପ୍‌ ଆଣ୍ଡ୍ରଏଡ୍ ୟୁଜର୍‌ ଏବେ ନିଜ ହ୍ୱାଟ୍‌ସ ଆପ୍ ଷ୍ଟାଟସ୍‌କୁ ଫେସ୍‌ବୁକ୍‌ ଷ୍ଟୋରୀରେ ଶେଆର କରିପାରିବେ। ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀକୁ ଫେସ୍‌ବୁକ୍‌ ଷ୍ଟୋରୀରେ ଶେଆର କରିବାର ଅପ୍‌ସନ୍‌ ଦିଆଯାଇ ସରିଛି। ଆଉ ଏବେ ଏଥିରେ ହ୍ୱାଟ୍‌ସ ଆପ୍‌ ମଧ୍ୟ ସାମିଲ ହୋଇଯାଇଛି। ଚଳିତ ବର୍ଷ […]

whatsaap

Chinmayee Roy
  • Published: Saturday, 21 September 2019
  • , Updated: 21 September 2019, 05:06 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ଫେସ୍‌ବୁକ୍‌ ତା’ର ତିନିଟି ଆପ୍‌- ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସ୍‌ ଆପ୍‌କୁ ଏକାଠି କରିବା କଥା କହିଥିଲା। ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ହ୍ୱାଟ୍‌ସ ଆପ୍‌ ଆଣ୍ଡ୍ରଏଡ୍ ୟୁଜର୍‌ ଏବେ ନିଜ ହ୍ୱାଟ୍‌ସ ଆପ୍ ଷ୍ଟାଟସ୍‌କୁ ଫେସ୍‌ବୁକ୍‌ ଷ୍ଟୋରୀରେ ଶେଆର କରିପାରିବେ।

ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀକୁ ଫେସ୍‌ବୁକ୍‌ ଷ୍ଟୋରୀରେ ଶେଆର କରିବାର ଅପ୍‌ସନ୍‌ ଦିଆଯାଇ ସରିଛି। ଆଉ ଏବେ ଏଥିରେ ହ୍ୱାଟ୍‌ସ ଆପ୍‌ ମଧ୍ୟ ସାମିଲ ହୋଇଯାଇଛି। ଚଳିତ ବର୍ଷ ଜୁନ୍‌ରେ ହ୍ୱାଟ୍‌ସ ଆପ୍‌ ଆଣ୍ଡ୍ରଏଡ୍‌ ବିଟା ପ୍ରୋଗ୍ରାମ୍‌ରେ କଛି ୟୁଜର୍‌ଙ୍କୁ ଏହି ଫିଚର୍‌ର ଆକ୍ସେସ୍ ଦିଆଯାଇଥିଲା। ଏବେ ଏହି ଫିଚର୍‌କୁ ହ୍ୱାଟ୍‌ସ ଆପ୍‌ର ଲାଟେଷ୍ଟ୍‌ ଭର୍ସନ୍‌ରେ ଦିଆଯାଇଛି।

ହ୍ୱାଟ୍‌ସ ଆପ୍ ଷ୍ଟାଟସ୍‌କୁ ଫେସ୍‌ବୁକ୍‌ ଷ୍ଟୋରୀରେ କିପରି ଶେଆର୍‌ କରିବେ? 

୧) ପ୍ରଥମେ ନିଜ ହ୍ୱାଟ୍‌ସ ଆପ୍‌ ଆକାଉଣ୍ଟର ମାଇଁ ଷ୍ଟୋରୀକୁ ଯା’ନ୍ତୁ।

୨) ଏବେ ଯେଉଁ ଷ୍ଟାଟସ୍‌କୁ ଆପଣ ଫେସ୍‌ବୁକ୍‌ରେ ଶେଆର କରିବାକୁ ଚାହୁଁଛନ୍ତି, ତା’ କଡ଼ରେ ଥିବା ହମ୍‌ବର୍ଗର ଆଇକନ୍‌ରେ କ୍ଲିକ୍‌ କରନ୍ତୁ।

୩) ବର୍ତ୍ତମାନ ‘ଶେଆର୍‌ ଟୁ ଫେସବୁକ୍’ରେ କ୍ଲିକ୍‌ କରନ୍ତୁ। ଏଠି ଆପଣଙ୍କୁ ଡିଫଲ୍ଟ ପ୍ରାଇଭେସି ସେଟିଂ ସହ ଆପଣଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ ଫଟୋ ନଜର ଆସିବ।

୪) ଷ୍ଟାଟସ୍‌ ଶେଆର କରିବା ପୂର୍ବରୁ ପ୍ରଥମେ ଏଠି ପବ୍ଲିକ୍‌, ଫ୍ରେଣ୍ଡସ୍ ଆଣ୍ଡ୍‌ କନେକ୍ସନ୍ସ, ଫ୍ରେଣ୍ଡସ୍‌, କଷ୍ଟମ୍‌ କିମ୍ବା ହାଇଡ୍‌ ଷ୍ଟୋରୀ ଫ୍ରମ୍ ଅପସନ୍‌ରୁ ଗୋଟିଏ ସିଲେକ୍ଟ କରନ୍ତୁ।

୫)  ଏବେ ଷ୍ଟୋରୀ ଶେଆର କରିବା ପାଇଁ ଶେଆର ନାଓ ଉପରେ କ୍ଲିକ୍‌ କରନ୍ତୁ। ବର୍ତ୍ତମାନ ଆପଣଙ୍କ ହ୍ୱାଟ୍‌ସ ଆପ୍ ଷ୍ଟାଟସ୍ ଫେସ୍‌ବୁକ୍‌ରେ ଶେଆର ହୋଇଯିବ।

ଥରେ ହ୍ୱାଟ୍‌ସ ଆପ୍ ଷ୍ଟାଟସ୍ ଫେସ୍‌ବୁକ୍‌ରେ ଶେଆର କଲେ, ଏହା ୨୪ ଘଣ୍ଚା ପର୍ଯ୍ୟନ୍ତ ରହିପାରିବ। ଏମିତିକି ହ୍ୱାଟ୍‌ସ ଆପ୍‌ର ଅରିଜିନାଲ୍‌ ଷ୍ଟାଟସ୍ ଡିଲିଟ୍‌ ହୋଇଗଲେ ବୀ ଏହା ଫେସ୍‌ବୁକ୍‌ ଷ୍ଟୋରୀରେ ଦେଖାଯିବ। ହେଲେ ମନେ ରଖନ୍ତୁ, ଏହା କେବଳ ଅରିଜିନାଲ୍‌ର ସ୍କ୍ରିନ୍‌ସର୍ଟ ଭାବେ ଦେଖାଯିବ। ଅର୍ଥାତ୍ ଆପଣ ଯଦି କୌଣସି ଲିଙ୍କ୍ ହ୍ୱାଟ୍‌ସ ଆପ୍‌ ଷ୍ଟାଟସ୍‌ରେ ଦେଇଛନ୍ତି, ତେବେ ଏହା ଫେସ୍‌ବୁକ୍‌ ଷ୍ଟୋରୀରେ କ୍ଲିକ୍ ହେବ ନାହିଁ।

 

Related story