ଖ୍ରୀଷ୍ଟମାସ: କ୍ୟାଣ୍ଡେଲ, କେକ୍‌ ଏବଂ ଘଣ୍ଟିର ରହିଛି ବିଶେଷ ମହତ୍ତ୍ୱ

ଖ୍ରୀଷ୍ଟମାସ ବା ବଡଦିନ । ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ପାଇଁ ଉତ୍ସାହ ନେଇ ଆସିଥାଏ ଏହି ପର୍ବ । ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ସବୁଠୁ ବଡ ପର୍ବ ଖ୍ରୀଷ୍ଟମାସ, ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରାଯଏ, କାରଣ ଏହି ଦିନ ଯୀଶୁ ଖ୍ରୀଷ୍ଟ ଜନ୍ମ ନେଇଥିଲେ । ପ୍ରେମ ଏବଂ ଖୁସିର ପ୍ରତିକ ହେଉଛି ଏହି ପର୍ବ । ଲୋକେ ଘରେ ଘରେ ଏହି ଦିନ ଖ୍ରୀଷ୍ଟମାସ ଟ୍ରିକୁ ସଜାଇଥାନ୍ତି । ସେଥିରେ […]

LIGHTTING CANDLE

Madhupriya Mistry
  • Published: Thursday, 17 December 2020
  • , Updated: 18 December 2020, 11:12 AM IST

ଖ୍ରୀଷ୍ଟମାସ ବା ବଡଦିନ । ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ପାଇଁ ଉତ୍ସାହ ନେଇ ଆସିଥାଏ ଏହି ପର୍ବ । ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ସବୁଠୁ ବଡ ପର୍ବ ଖ୍ରୀଷ୍ଟମାସ, ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରାଯଏ, କାରଣ ଏହି ଦିନ ଯୀଶୁ ଖ୍ରୀଷ୍ଟ ଜନ୍ମ ନେଇଥିଲେ । ପ୍ରେମ ଏବଂ ଖୁସିର ପ୍ରତିକ ହେଉଛି ଏହି ପର୍ବ । ଲୋକେ ଘରେ ଘରେ ଏହି ଦିନ ଖ୍ରୀଷ୍ଟମାସ ଟ୍ରିକୁ ସଜାଇଥାନ୍ତି । ସେଥିରେ ରଙ୍ଗ ବେରଙ୍ଗର ଲାଇଟ, ଘଣ୍ଟି ଆଦି ଲଗାଇଥାନ୍ତି । ତେବେ ଖ୍ରୀଷ୍ଟମାସ ପର୍ବ ସହ ଜଡିତ ଏଭଳି ୫ଟି ଜିନିଷ ରହିଛି, ଯାହା ବିନା ଖ୍ରୀଷ୍ଟମାସ ପର୍ବ ଅଧୁରା । ତେବେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ କ'ଣ ଏବଂ ଖ୍ରୀଷ୍ଟମାସ ଦିନ ତା'ର କ'ଣ ରହିଛି ମହତ୍ତ୍ୱ  ।

କ୍ୟାଣ୍ଡେଲ:

ଖୁସିର ପ୍ରତୀକ ହେଉଛି ମହମବତୀ ବା କ୍ୟାଣ୍ଡେଲ । ଖ୍ରୀଷ୍ଟମାସ ଦିନ ପ୍ରଭୁ ଯୁଶୀଙ୍କ ଆଗରେ କ୍ୟାଣ୍ଡେଲ ଜାଳି ଲୋକେ ନୀଜ ଜୀବନ ସର୍ବଦା ଆଲୋକମୟ ହେଉ ବୋଲି ପ୍ରାର୍ଥନା କରିଥାନ୍ତି । ଏହି ଦିନ ଭିନ୍ନ ଭିନ୍ନ ରଙ୍ଗର କ୍ୟାଣ୍ଡେଲ ଜାଳିବା ଦ୍ବାରା ଆମ ଜୀବନରେ ଢ଼େର ସାରା ଖୁସି ଏବଂ ସଫଳତା ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଘଣ୍ଟି:

ପ୍ରଭୁ ଯୁଶୀ ଖ୍ରୀଷ୍ଟଙ୍କ ଜନ୍ମଦିନରେ ଘଣ୍ଟି ବଜାଇ ଉଲ୍ଲାସ ମନାଇବା ପରମ୍ପରା ରହିଛି । ବିଶ୍ବାସ ରହିଛି ଯେ, ଘରକୁ ଏହି ଦିନ ଘଣ୍ଟିରେ ସଜାଇବା ଦ୍ବାରା ସବୁ ପ୍ରକାରର ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ । ଘଣ୍ଟିର ଶବ୍ଦ ଏକ ଭିନ୍ନ ପ୍ରକାରର ଉର୍ଜା ଉତ୍ପନ୍ନ କରିଥାଏ ଏବଂ ପୁରା ପରିବେଶକୁ ସକରାତ୍ମକ ଶକ୍ତିରେ ଭରି ଦେଇଥାଏ ।

କେକ:

କେକ୍‌ ବିନା ଖ୍ରୀଷ୍ଟମାସ ପର୍ବ ପୁରା ଅଧୁରା । ବିଶେଷକ କରି ଖ୍ରୀଷ୍ଟମାସ ଦିନ ଘରେ ଘରେ କେକ୍ ତିଆରି ହୁଏ । ପ୍ରଭୁ ଯୁଶୀଖ୍ରୀଷ୍ଟଙ୍କ ଜନ୍ମଦିନ ଅବସରରେ କେକ୍‌ ଖାଇବା ଦ୍ବାରା ଅଦ୍ଭୁତ ଆନନ୍ଦ ମିଳିଥାଏ। ଚିନ୍ତାଗ୍ରସ୍ତ ଲୋକେ କେକ୍‌ ଖାଇବା ଦ୍ବାରା ଅବସାଦ ମୁକ୍ତ ହୋଇଥା'ନ୍ତି ବୋଲି ବିଶ୍ବାସ ରହିଛି । ଏଥିପାଇଁ ଖ୍ରୀଷ୍ଟମାସ ଦିନ ପ୍ରଭୁ ଯୁଶୀଙ୍କୁ ମନେପକାଇ ଲୋକେ ପରସ୍ପର ସହ କେକ୍‌ ଦିଆନିଆ କରିଥାନ୍ତି ।

ଉପହାର:

ଖ୍ରୀଷ୍ଟମାସ ଦିନ ପରିବାର ବର୍ଗ ଏବଂ ଆବଶ୍ୟକୀୟ ଲୋକଙ୍କୁ ଉପାହାର ବଣ୍ଟନ କରିବା ପରମ୍ପରା ରହିଛି । ପରିବାର ଲୋକେ ପରସ୍ପର ସହ ଉପହାର ଦିଆନିଆ ହୋଇଥାନ୍ତି । ଏହି ଦିନ ଆବଶ୍ୟକୀୟ ଲୋକଙ୍କୁ ଅନ୍ନ, ବସ୍ତ୍ର, ଏବଂ ଖାଦ୍ୟ ବଣ୍ଟନ କରିବା ଦ୍ବାରା ମନକୁ ଶାନ୍ତି ମିଳିବା ସହ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଏକଜୁଟ ହୋଇ ରହିବା:

ଖ୍ରୀଷ୍ଟମାସ ଦିନ ମଧ୍ୟରାତ୍ରୀରେ ସାମୂହିକ ପ୍ରାର୍ଥନା କରାଯାଏ । ଏହା ଲୋକଙ୍କୁ ସବୁ ପରିସ୍ଥିତିରେ ଏକଜୁଟ ହୋଇ ରହିବା ପାଇଁ ବାର୍ତ୍ତା ଦେଇଥାଏ । ଏହି ସମୟରେ କରାଯାଇଥିବା ପ୍ରାର୍ଥନା ମନରେ ଈଶ୍ବର ଭକ୍ତି ଉତ୍ପନ୍ନ କରିବାରେ ସହାୟକ ହୁଏ ।

Related story