ତିନି ଭାଇ ମିଶି ହାଣି ପକାଇଲେ

ବଡ଼ବିଲ ଥାନା, ଠାକୁରାଣୀ, ସିରାଜୁଦ୍ଦିନ ହଟିଂରେ ଗତ ରାତିରେ କୌଣସି କାରଣରୁ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ନାରଣ ପୂର୍ତ୍ତୀ । ହତ୍ୟା ଅଭିଯୋଗରେ ୩ ଭାଇଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।