<p>୨ ସପ୍ତାହ ହୋଇଗଲା। ୟୁକ୍ରେନ୍‌ରେ କମିନି ଯୁଦ୍ଧର ଘନଘଟା । ଧ୍ୱଂସ ସ୍ତୁପ ଭିତରେ ଅଣନିଃଶ୍ୱାସୀ ମଣିଷ। ଆଉ ସହି ହେଉନି ଏ ବଙ୍କର ଭିତର ଜୀବନ। ଲଢିବେ ବା ମରିବେ । ଏମିତି କିଛି ପଣ ନେଇ ଏବେ ସମସ୍ତେ ବାହାରି ଆସିଛନ୍ତି। ୟୁକ୍ରେନର ସାଧାରଣ ଜନତା ନିଜ ଦେଶ ପାଇଁ ବନ୍ଧୁକ ଧରିଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଦେଶ ମାତୃକା ପାଇଁ ଏପରି କରିବା ତ ସମସ୍ତଘଙ୍କର କର୍ତ୍ତବ୍ୟ। ତେବେ ଏଠିକା ଘଟଣା ଆଉ ଟିକେ ଭିନ୍ନ। ଏଠାରେ ବିଦେଶୀ ବି ୟୁକ୍ରେନ ପାଇଁ ହାତରେ ଉଠାଇଛନ୍ତି ବନ୍ଧୁକ। ଏବେ ୟୁକ୍ରେନ ସେନାରେ ଜଣେ ଭାରତୀୟ ଛାତ୍ର ସାମିଲ ହୋଇଛନ୍ତି। ଲକ୍ଷ୍ୟ ତାଙ୍କର ରୁଷ ସେନାକୁ ଦେବେ ମୁହଁତୋଡ ଜବାବ ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।