ପରିବାର ନୁହେଁ ପ୍ରଶାସନ କରାଇବ କରୋନା ମୃତକଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣରେ ମୃତ ରାଜ୍ୟର ପ୍ରଥମ ରୋଗୀଙ୍କର ଶବ ସତ୍କାର କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ କରାଯିବ । ଭୁବନେଶ୍ୱରସ୍ଥିତ ଏମ୍ସରେ ଆଜି ପ୍ରାଣ ହରାଇଥିବା ରାଜ୍ୟର ପ୍ରଥମ କରୋନା ସଂକ୍ରମିତଙ୍କ ଶବ ରାଜ୍ୟ ସରକାରଙ୍କୁ ମିଳିବାପରେ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଆଧାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମିତ ଜଣେ […]

7901-1

7901-1

Tapas Behera
  • Published: Tuesday, 07 April 2020
  • Updated: 07 April 2020, 06:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣରେ ମୃତ ରାଜ୍ୟର ପ୍ରଥମ ରୋଗୀଙ୍କର ଶବ ସତ୍କାର କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ କରାଯିବ । ଭୁବନେଶ୍ୱରସ୍ଥିତ ଏମ୍ସରେ ଆଜି ପ୍ରାଣ ହରାଇଥିବା ରାଜ୍ୟର ପ୍ରଥମ କରୋନା ସଂକ୍ରମିତଙ୍କ ଶବ ରାଜ୍ୟ ସରକାରଙ୍କୁ ମିଳିବାପରେ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଆଧାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମିତ ଜଣେ ୭୨ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେ ଦୁଇଦିନ ଧରି ଏମ୍ସରେ ଚିକିତ୍ସିତ ହେଉଥିଲେ। ଏମ୍ସ କର୍ତ୍ତୃପକ୍ଷ ତାଙ୍କ ଶବକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଆଧାରରେ ତାଙ୍କର ଶବ ସତ୍କାର କରାଯିବ।
ତେବେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲେ ସେମାନଙ୍କର ଶବ ସତ୍କାର କିଭଳି କରାଯିବ ତାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି, ସେଥିରେ ଅନେକ କଟକଣା ରହିଛି। ଶବକୁ ୱାର୍ଡ ଅବା ଆଇସିୟୁରୁ ସ୍ଥାନାନ୍ତର କରିବାଠୁ ଅନ୍ତିମ ସଂସ୍କାର କରାଯିବ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଅତ୍ୟନ୍ତ ସତର୍କତାର ସହ ସାମାଜିକ ଦୂରତ୍ୱ ଓ ପରିଚ୍ଛନ୍ନତା ରଖି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୃତ ବ୍ୟକ୍ତିଙ୍କର ଯେଭଳି କୌଣସି ଅଙ୍ଗପ୍ରତ୍ୟଙ୍ଗ ଦେଖାନଯିବ ସେଥିପାଇଁ ସେହି ଶବକୁ ଲିକ୍ ହେଉନଥିବା ପ୍ଲାଷ୍ଟିକ୍ ବ୍ୟାଗରେ ସିଲ୍ କରାଯିବ। ଯେଉଁ ଗାଡ଼ିରେ ଏହି ଶବକୁ ଅନ୍ତିମ ସଂସ୍କାର ସ୍ଥଳକୁ ନିଆଯିବ ସେହି ଗାଡ଼ିକୁ ସମ୍ପୂର୍ଣ୍ଣ ଭାବେ ସୋଡ଼ିୟମ ହାଇପୋକ୍ଲୋରାଇଟରେ ବିଶୋଧନ କରାଯିବ।

ଶବକୁ ପରିବହନବେଳେ କର୍ମଚାରୀମାନେ ହାତରେ ଗ୍ଲୋଭସ୍‌, ଫୁଲ୍ ଆପ୍ରନ୍ , ମାସ୍କ ଓ ଆଖିରେ ଚଷମା ଆଦି ପିନ୍ଧିବା ବାଧ୍ୟତାମୂଳକ। ଶବକୁ ମୃତକଙ୍କ ସମ୍ପର୍କୀୟମାନେ ନିଜ ଘରକୁ ନେବାକୁ ଅନୁମତି ମିଳିବ ନାହିଁ। ଯେଉଁଠି ଶବ ସଂସ୍କାର କରାଯିବ ସେଠାରେ ଖୁବ୍ କମ ସଂଖ୍ୟକ ପରିବାର ସଦସ୍ୟଙ୍କୁ ରହିବାକୁ ଅନୁମତି ମିଳିବ। ସାମାଜିକ ଦୂରତ୍ୱ ବଜାୟ ରଖାଯିବ। ଶଶ୍ମାନ ଅବା ଯେଉଁ ସ୍ଥାନରେ ଶବ ସଂସ୍କାର କରାଯିବ ସେଠାରେ ଯେଭଳି ସଂକ୍ରମଣ ବ୍ୟାପିବାର ଆଶଙ୍କା ନଥିବ ତାହା ପ୍ରଶାସନ ସୁନିଶ୍ଚିତ କରାଇବ। ଶବ ସଂସ୍କାର ପୂର୍ବରୁ ପ୍ରଶାସନ ସେହି ସ୍ଥାନରେ ସୋଡ଼ିୟମ ହାଇପୋକ୍ଲୋରଇଟ ସିଞ୍ଚନ କରାଇବେ। ଅବଶ୍ୟ ପରିବାର ସଦସ୍ୟମାନେ ଚାହିଁଲେ ମୃତ ବ୍ୟକ୍ତିଙ୍କ ମୁହଁକୁ ଶେଷଥର ପାଇଁ ଦେଖିପାରିବେ। ପ୍ରଶାସନର ଅନୁମତି ଆଧାରରେ ସ୍ୱାସ୍ଥ୍ୟକର୍ମୀ ସେଠାରେ କେବଳ ମୁହଁ ଖୋଲି ଦେଖାଇ ପାରିବେ।

ପରିବାରର କୌଣସି ବ୍ୟକ୍ତିଙ୍କୁ ମୃତକଙ୍କୁ ଛୁଇଁବାର ଅନୁମତି ମିଳିବ ନାହିଁ। ଯଦି ଶାସ୍ତ୍ର ଅନୁସାରେ ଶବ ସଂସ୍କାର କରିବାକୁ ଚାହିଁବେ ତା’ହେଲେ ଶବଠୁ ଦୂରତ୍ୱ ବଜାୟ ରଖି ତାହା କରାଯାଇ ପାରିବ। କିନ୍ତୁ କୌଣସି ପରିସ୍ଥିତିରେ ଶବକୁ ଗାଧେଇବା, ଛୁଇଁବାକୁ ଅନୁମତି ଦିଆଯାଇପାରିବ ନାହିଁ। ଶବକୁ ସଂସ୍କାର କରିବାବେଳେ ସ୍ୱାସ୍ଥ୍ୟ କର୍ମୀ ଅବା ସଫେଇ କର୍ମୀମାନେ ସମ୍ପୂର୍ଣ୍ଣ ଭାବେ ନିଜର ଶରୀରକୁ ଘୋଡ଼ାଇ ରଖିବେ। ଶରୀରର କୌଣସି ଅଙ୍ଗ ଯେଭଳି ଦୃଶ୍ୟମାନ ହେଉନଥିବ ତାହା ସ୍ୱାସ୍ଥ୍ୟକର୍ମୀମାନେ ସୁନିଶ୍ଚିତ କରିବେ। ଅବଶ୍ୟ ଶବ ସଂସ୍କାର କରାଯିବା ପରେ ପରିବାର ସଦସ୍ୟ ଚାହିଁଲେ ଅସ୍ଥି(ପାଉଁଶ)କୁ ସଂଗ୍ରହ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos