Advertisment

୨ ନକଲି ଅଧ୍ୟାପକ ନିଲମ୍ବିତ, ଫେରାଇବେ ୬୦ ଲକ୍ଷ

ଉଭୟଙ୍କୁ ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି।

ଅଦ୍ୟତନ ହୋଇଛି
Suspend

Suspend

Advertisment

ନକଲି ଶିକ୍ଷକ ପରେ ଏବେ ବାହାରିଲେଣି ନକଲି ଅଧ୍ୟାପକ। ପୂର୍ବରୁ ୪ ନକଲି ଶିକ୍ଷକଙ୍କୁ ବହିଷ୍କୃତ କରିଥିବା ରାଜ୍ୟ ସରକାର ଏବେ ଦୁଇ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ବଲାଙ୍ଗିର ଯୋଗୀମୁଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ରାଜେନ୍ଦ୍ର ମେହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଲିଙ୍ଗରାଜ ମେହେର ଓ ନରେନ୍ଦ୍ର ନାଗ । ଏମାନେ ଜାଲ୍ ମାର୍କସିଟ୍ ବଳରେ ଚାକିରି ପାଇଥିବାର ଅଭିଯୋଗ ହୋଇଛି।

Advertisment

ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଥାନାରେ ଏହି ଦୁଇ ଅଧ୍ୟାପକଙ୍କ ବିରୋଧରେ ଏତଲା ଦିଆଯାଇଛି। ଏଥିସହ ଏହି ଦୁଇ ଅଧ୍ୟାପକଙ୍କୁ ସେମାନେ  ଦରମା ଆକାରରେ ପାଇଥିବା ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି।

ଉଭୟ ନକଲି ଅଧ୍ୟାପକଙ୍କ ସାର୍ଟିଫିକେଟରେ ସମ୍ବଲପୁର ୟୁନିଭରସିଟିର ଫେକ୍‌ ଷ୍ଟାମ୍ପ ବାଜିଛି। ସେମାନଙ୍କ ମଧ୍ୟରୁ ଲିଙ୍ଗରାଜ ମେହେର ଓଡ଼ିଆ ଅଧ୍ୟାପକ ଥିବା ବେଳେ ନରେନ୍ଦ୍ର ନାଗ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଉଭୟ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ବି କେହି ତାହାର ଟେର ପାଇ ନଥିଲେ। 

Advertisment

ସଂପୃକ୍ତ ପ୍ରିନ୍ସପାଲମାନେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗଙ୍କୁ ଅବଗତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ କଲେଜ ମ୍ୟାନେଜମେଣ୍ଟରୁ ବାହାର କରାଯାଇଛି। ଏଥିସହ ସେମାନେ ମ୍ୟାନେଜମେଣ୍ଟ ଓ ବ୍ଲକ ଗ୍ରାଣ୍ଟରୁ ଦରମା ଆକାରରେ ପାଇଥିବା ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି।

ପାଟଣାଗଡ଼ ପୁଲିସ୍‌ ଏହାକୁ ହାଲକା ମାମଲା ଭାବେ ଗ୍ରହଣ କରି ମାମଲା ରୁଜୁ କରିଥିବା ବେଳେ ଉଭୟ ଏବେ ଜାମିନରେ ବାହାରେ ବୁଲୁଥିବା ଜଣାଯାଇଛି।

ପୁଲିସର ଏପରି ଖାମଖିଆଲି କାର୍ଯ୍ୟାନୁଷ୍ଠାନ କଥା ବିଧାନସଭାରେ ପଡ଼ିବ ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଥିବା ବେଳେ ବିଜେପି ନେତା ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଗତ ମାର୍ଚ୍ଚରେ ବଲାଙ୍ଗିରରେ ନକଲି ସାଟିଫିକେଟ ରାକେଟର ପର୍ଦ୍ଦାଫାସ ହୋଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ପ୍ରାୟ ମାସେ କାଳ ବଲାଙ୍ଗିରରେ ରହି ତଦନ୍ତ କରିଥିବା ବେଳେ ଫଳ କିନ୍ତୁ ଶୂନ ।

ଏହି ସମୟ ମଧ୍ୟରେ କିଛି କଲେଜ ଅଧ୍ୟକ୍ଷ ନିଜ ଅଧ୍ୟାପକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ୟୁନିଭରସିଟିକୁ ପଠାଇଥିଲେ। ଏହି କ୍ରମରେ ବଲାଙ୍ଗିର ଡିଇଓ ମଧ୍ୟ ୩ଶହରୁ ୪ଶହ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଇଥିଲେ। ଏବେ ଧୀରେ ଧୀରେ ଯାଞ୍ଚ ରିପୋର୍ଟ ଆସୁଥିବା ବେଳେ ଗୁମର ପଦାରେ ପଡ଼ୁଛି।

Fraud Suspend;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe