କଟକ: କଟକ ଅବକାରୀର ଫ୍ଲାଇଂ ସ୍କ୍ୱାର୍ଡ ଆଜି ପିପିଲି ଥାନା କସର୍ଦା ଗାଁରେ ଚଢ଼ାଉ କରି ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଭାଙ୍ଗ ଓ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସୁଦର୍ଶନ ନନ୍ଦ ଓ ସ୍ମୁତି ରଞ୍ଜନ ପାଣିଙ୍କୁ ଗିରଫ କରାଯାଇଛି।
କସର୍ଦା ଗାଁର ଏକ ଗୋଦାମରେ ପ୍ରଚୁର ପରିମାଣରେ ଗଞ୍ଜେଇ ଓ ଭାଙ୍ଗ ଥିବା ଅବକାରୀ ବିଭାଗ ସୂଚନା ପରେ ଫ୍ଲାଇଂ ସ୍କାର୍ଡ ଚଢ଼ାଉ କରି ୧୦୦ ବସ୍ତା ଭାଙ୍ଗ ଓ ୪୦ କେଜି ଗଞ୍ଜେଇ ଜବତ କରିଛି।
ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ଡେପୁଟି ସୁପରିଟେଣ୍ଡଣ୍ଟ୍ ହରିଶ୍ଚନ୍ଦ୍ର ସେଠୀ କହିଛନ୍ତି,“ଏମାନେ ବହୁ ଦିନ ଧରି ଗଞ୍ଜେଇ କାରବାର କରୁଥିଲେ। ଏଠାରୁ ପୁରୀ, କଟକ, ବ୍ରହ୍ମପୁର, ନୟାଗଡ଼ ଓ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିଲା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।