ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ବାରିପଦା ଟାଉନ ଥାନର ୩ ପୋଲିସ କର୍ମଚାରୀ ନିଲମ୍ବିତ

ବାରିପଦା: ମଙ୍ଗଳବାର ପୋଲିସ ହେପାଜତରେ ଜଣେ ଯୁବକ ମୃତ୍ୟୁବରଣ କରିବା ଘଟଣାରେ ବାରିପଦା ଟାଉନ ଥାନାର ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ଏଏସ୍ଆଇ ଉମେଶ ନାୟକ ଓ ବିକର୍ତ୍ତନ ଲେଙ୍କ। ଏବଂ କନଷ୍ଟେବଳ ଦୀପ୍ତିମୟୀ ବାରିକ ଅଛନ୍ତି। ଏସପି ଏମାନଙ୍କୁ ନିଲମ୍ୱିତ କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ କାଳିସାହି ଗାଁର ଚନ୍ଦନ ଦାସ। ମୃତକଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। […]

hazat-mrutue-at-baripada

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 03:15 PM IST

ବାରିପଦା: ମଙ୍ଗଳବାର ପୋଲିସ ହେପାଜତରେ ଜଣେ ଯୁବକ ମୃତ୍ୟୁବରଣ କରିବା ଘଟଣାରେ ବାରିପଦା ଟାଉନ ଥାନାର ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ଏଏସ୍ଆଇ ଉମେଶ ନାୟକ ଓ ବିକର୍ତ୍ତନ ଲେଙ୍କ। ଏବଂ କନଷ୍ଟେବଳ ଦୀପ୍ତିମୟୀ ବାରିକ ଅଛନ୍ତି। ଏସପି ଏମାନଙ୍କୁ ନିଲମ୍ୱିତ କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ କାଳିସାହି ଗାଁର ଚନ୍ଦନ ଦାସ। ମୃତକଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।

ଚୋରି ଅଭିଯୋଗରେ ଚନ୍ଦନ ଗତକାଲିଠାରୁ ବାରିପଦା ଟାଉନ ଥାନାରେ ଅଟକ ଥିଲେ। ଆଜି ଥାନା ପରିସରରେ ଥିବା ଶୌଚାଳୟରୁ ଚନ୍ଦନଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଚନ୍ଦନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନାହିଁ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

Related story