ନବରଙ୍ଗପୁର: ପୂଜାରୀ ଗୁଡ଼ା ଗାଁ ରାସ୍ତାରୁ ୪୦ ପ୍ୟାକେଟ୍‌ ଚାଉଳ ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ପୂଜାରୀ ଗୁଡ଼ା ଗାଁ ରାସ୍ତାରୁ ୪୦ ପ୍ୟାକେଟ୍‌ ଚାଉଳ ଜବତ କରାଯାଇଛି। କେହି ଜଣେ ଅଜଣା ବ୍ୟକ୍ତି ଗାଡ଼ିରେ ଚାଉଳ ଆଣି ଗାଁ ଦାଣ୍ଡରେ  ଛାଡ଼ିଯାଇଥିବା ଡଙ୍ଗରଭେଜା ପୋଲିସ୍‌  ସୂଚନା ପାଇ ସେଗୁଡ଼ିକକୁ ଜବତ କରିଥିଲା। କିନ୍ତୁ ଏହି ଚାଉଳ ପ୍ୟାକେଟ ଗୁଡ଼ିକ କେଉଁଠୁ ଆସିଲା ଓ କିପରି ଆସିଲା ସେ ନେଇ ଜଣାପଡ଼ି ନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ପଞ୍ଚାୟତ ନିର୍ବାଚନ ଥିବାରୁ ଚାଉଳ ପ୍ୟାକେଟ ଗୁଡ଼ିକ […]

chaula

Rakesh Mallick
  • Published: Wednesday, 15 February 2017
  • , Updated: 15 February 2017, 07:03 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ପୂଜାରୀ ଗୁଡ଼ା ଗାଁ ରାସ୍ତାରୁ ୪୦ ପ୍ୟାକେଟ୍‌ ଚାଉଳ ଜବତ କରାଯାଇଛି। କେହି ଜଣେ ଅଜଣା ବ୍ୟକ୍ତି ଗାଡ଼ିରେ ଚାଉଳ ଆଣି ଗାଁ ଦାଣ୍ଡରେ  ଛାଡ଼ିଯାଇଥିବା ଡଙ୍ଗରଭେଜା ପୋଲିସ୍‌  ସୂଚନା ପାଇ ସେଗୁଡ଼ିକକୁ ଜବତ କରିଥିଲା। କିନ୍ତୁ ଏହି ଚାଉଳ ପ୍ୟାକେଟ ଗୁଡ଼ିକ କେଉଁଠୁ ଆସିଲା ଓ କିପରି ଆସିଲା ସେ ନେଇ ଜଣାପଡ଼ି ନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ପଞ୍ଚାୟତ ନିର୍ବାଚନ ଥିବାରୁ ଚାଉଳ ପ୍ୟାକେଟ ଗୁଡ଼ିକ ମତଦାତା ମାନଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଇପାରେ ବୋଲି ପୋଲିସ୍ ସେ ଦିଗରେ ଖୋଳତାଡ କରୁଛି।

 

Related story