‘ଆହା’ ମାମଲା: ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଗିରଫ

ଭୁବନେଶ୍ୱର: ଏୟାର ହୋଷ୍ଟେସ୍ ଆଣ୍ଡ ହସ୍ପିଟାଲିଟି ଏକାଡେମୀ (‘ଆହା’)ରେ ଗତକାଲି କ୍ୟାମ୍ପସ ପ୍ଲେସମେଣ୍ଟ ଓ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ କରି ଛାତ୍ରଛାତ୍ରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିବା ବେଳେ ଆଜି ଖାରବେଳ ଥାନା ପୋଲିସ ସଂସ୍ଥାର ନିର୍ଦ୍ଦେଶକ କର୍ଣ୍ଣେଲ ଦିଲ୍ଲୀପ ରାଉତରାୟଙ୍କୁ ଗିରଫ କରିଛି। ଆଫିଲିଏସନ୍ ନଥାଇ ଇନଷ୍ଟିଚ୍ୟୁଟରେ ଛାତ୍ରଛାତ୍ରୀଙ୍କୁ ଆଡମିଶନ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏହାସହ କ୍ୟାମ୍ପସରେ ଭଙ୍ଗାରୁଜା କରିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଆବଶ୍ୟକ […]

giraf

Rakesh Mallick
  • Published: Thursday, 19 November 2015
  • , Updated: 21 November 2015, 08:50 AM IST

ଭୁବନେଶ୍ୱର: ଏୟାର ହୋଷ୍ଟେସ୍ ଆଣ୍ଡ ହସ୍ପିଟାଲିଟି ଏକାଡେମୀ (‘ଆହା’)ରେ ଗତକାଲି କ୍ୟାମ୍ପସ ପ୍ଲେସମେଣ୍ଟ ଓ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ କରି ଛାତ୍ରଛାତ୍ରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିବା ବେଳେ ଆଜି ଖାରବେଳ ଥାନା ପୋଲିସ ସଂସ୍ଥାର ନିର୍ଦ୍ଦେଶକ କର୍ଣ୍ଣେଲ ଦିଲ୍ଲୀପ ରାଉତରାୟଙ୍କୁ ଗିରଫ କରିଛି। ଆଫିଲିଏସନ୍ ନଥାଇ ଇନଷ୍ଟିଚ୍ୟୁଟରେ ଛାତ୍ରଛାତ୍ରୀଙ୍କୁ ଆଡମିଶନ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏହାସହ କ୍ୟାମ୍ପସରେ ଭଙ୍ଗାରୁଜା କରିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଆବଶ୍ୟକ ପଡିଲେ ଏହି ମାମଲାର ତଦନ୍ତ ପାଇଁ ପୋଲିସ ହାଇଦ୍ରାବାଦ ଯାଇପାରେ ବୋଲି ସେ କହିଛନ୍ତି।

ବୁଧବାର ଭୁବନେଶ୍ୱରର ଏୟାର ହୋଷ୍ଟେସ୍ ଆଣ୍ଡ ହସପିଟାଲିଟି ଏକାଡେମୀ (ଆହା)ରେ ଦେଖା ଦେଇଥିଲା ଛାତ୍ର ଅଶାନ୍ତି। ନିଯୁକ୍ତି ଦିଆଯାଉ ନ ଥିବା ଓ ନିଯୁକ୍ତି ନାଁରେ ଛାତ୍ରୀଙ୍କୁ ଯୌନଶୋଷଣ କରାଯାଉ ଥିବା ଅଭିଯୋଗରେ କିଛି ଛାତ୍ରଛାତ୍ରୀ ଇନଷ୍ଟିଚ୍ୟୁଟ୍ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସଂସ୍ଥାର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ କିଛି କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

Related story