ଭୁବନେଶ୍ୱର: ଏୟାର ଓଡ଼ିଶା ପୂର୍ବତନ ଅପରେଟର ହେଡ୍ ଓ ସେୟାର ହୋଲ୍ଡର ସନ୍ତୋଷ ପାଣି ଗିରଫ ହୋଇଛନ୍ତି। ଭୁବେଶ୍ୱରରୁ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଛି। ଜାମିନ୍ ସର୍ତ୍ତାବଳୀ ପୂରଣ ନକରିବା ଅଭିଯୋଗରେ ତାଙ୍କ ବିରୋଧରେ ମାର୍ଚ୍ଚ ୨୮ ତାରିଖରେ ଏସ୍ଡିଜେଏମ୍ କୋର୍ଟରେ ଏନ୍ବିଡବ୍ଲ୍ୟୁ ଜାରି ହୋଇଥିଲା।
ଏୟାର ଓଡ଼ିଶାର ଅନ୍ୟତମ ସେୟାର ହୋଲ୍ଡର ସନ୍ଦୀପ ରାୟଙ୍କ ଅର୍ଥ ହେରଫେର ମାମଲାରେ ସନ୍ତୋଷଙ୍କୁ ସେସନ୍ସ କୋର୍ଟରୁ ଜାମିନ୍ ମିଳିଥିଲା। ଜାମିନ ସମୟରେ ୨୦ ଲକ୍ଷ ଟଙ୍କା ଓ ପରେ ମାସକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବା ପାଇଁ କୋର୍ଟ ସର୍ତ୍ତ ରଖିଥିଲେ। ହେଲେ ସନ୍ତୋଷ କୋର୍ଟଙ୍କ ସର୍ତ୍ତ ମାନି ନଥିଲେ।
ଏହାକୁ ନେଇ ସନ୍ଦୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ଦ୍ଧାରିତ ଅର୍ଥ ଫେରସ୍ତ କରିବାକୁ ସନ୍ତୋଷଙ୍କୁ ହାଇକୋର୍ଟ ମହଲତ ଦେଇଥିଲେ। ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସନ୍ତୋଷ ଅମାନ୍ୟ କରିବାରୁ ସନ୍ଦୀପ ଏଡିଜେଏମ୍ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଏହାପରେ ତାଙ୍କ ବିରୋଧରେ ଏନ୍ବିଡବ୍ଲ୍ୟୁ ଜାରି ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।