ଅକ୍ଷୟ ଗୋଲ୍ଡ ଚିଟଫଣ୍ଡ୍ ଠକେଇ: ବ୍ରହ୍ମପୁରରେ ସିବିଆଇ ଟିମ୍  

ବ୍ରହ୍ମପୁର: ଏକ ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ କରିବା ପାଇଁ ସିବିଆଇର ଏକ ଟିମ୍ ରବିବାର ବ୍ରହ୍ମପୁର ଆସି ତଦନ୍ତ କରିଛି। ବଡ଼ବଜାର ଥାନାରେ ଏହି ଟିମ୍ ଜମାକାରୀଙ୍କୁ ପଚରାଉଚରା କରିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଅକ୍ଷୟ ଗୋଲଡ୍ ନାମକ ଏକ ଚିଟ୍ ଫଣ୍ଡ୍ ସଂସ୍ଥା ୨୦୧୦ରେ ବ୍ରହ୍ମପୁରର ସାନବଜାର ଛକ ନିକଟରେ ତା’ର ଏକ କାର୍ଯ୍ୟାଳୟ ଖୋଲି ଜମାକାରୀଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କା ଠକି ନେଇଛି। ସଂସ୍ଥା ୨୦୧୨ରୁ ବ୍ରହ୍ମପୁରରୁ ଟଙ୍କା ନେଇ ଛୁ […]

bhm

Rakesh Mallick
  • Published: Sunday, 08 November 2015
  • , Updated: 08 November 2015, 01:16 PM IST

ବ୍ରହ୍ମପୁର: ଏକ ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ କରିବା ପାଇଁ ସିବିଆଇର ଏକ ଟିମ୍ ରବିବାର ବ୍ରହ୍ମପୁର ଆସି ତଦନ୍ତ କରିଛି। ବଡ଼ବଜାର ଥାନାରେ ଏହି ଟିମ୍ ଜମାକାରୀଙ୍କୁ ପଚରାଉଚରା କରିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଅକ୍ଷୟ ଗୋଲଡ୍ ନାମକ ଏକ ଚିଟ୍ ଫଣ୍ଡ୍ ସଂସ୍ଥା ୨୦୧୦ରେ ବ୍ରହ୍ମପୁରର ସାନବଜାର ଛକ ନିକଟରେ ତା’ର ଏକ କାର୍ଯ୍ୟାଳୟ ଖୋଲି ଜମାକାରୀଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କା ଠକି ନେଇଛି। ସଂସ୍ଥା ୨୦୧୨ରୁ ବ୍ରହ୍ମପୁରରୁ ଟଙ୍କା ନେଇ ଛୁ ମାରିଛି। ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା। ଅଧିକ ତଦନ୍ତ ପାଇଁ ଆଜି ସିବିଆଇର ଏକ ଟିମ୍ ବ୍ରହ୍ମପୁର ଆସିଛି।

Related story