ଗୁଳି କରି ଲୁଟିଲେ ୨ ଲକ୍ଷ ଟଙ୍କା

ଅନୁଗୋଳ: ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ପେଟ୍ରୋଲ ପମ୍ପର ମ୍ୟାନେଜର ଜିତେନ୍ଦ୍ର ବେହେରାଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗୁଳିମାଡ ଓ ଲୁଟର ପୁରା ଚିତ୍ର ସିସିଟିଭି କ୍ୟାମେରାରେ  କଏଦ ହୋଇଛି। ଗତକାଲି  ରାତିରେ  ମ୍ୟାନେଜର ଜିତେନ୍ଦ୍ର ବେହେରା ପେଟ୍ରୋଲ ପମ୍ପରୁ ଟଙ୍କା ଧରି ବାହାରୁଥିବା ବେଳେ ହଠାତ୍‌ ଏକ  ବାଇକ୍‌ରେ ତିନିଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପେଟ୍ରୋଲ ପମ୍ପ କାର୍ଯ୍ୟାଳୟରେ ପଶି […]

anugul

Rakesh Mallick
  • Published: Friday, 17 March 2017
  • , Updated: 17 March 2017, 03:45 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ପେଟ୍ରୋଲ ପମ୍ପର ମ୍ୟାନେଜର ଜିତେନ୍ଦ୍ର ବେହେରାଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗୁଳିମାଡ ଓ ଲୁଟର ପୁରା ଚିତ୍ର ସିସିଟିଭି କ୍ୟାମେରାରେ  କଏଦ ହୋଇଛି।

ଗତକାଲି  ରାତିରେ  ମ୍ୟାନେଜର ଜିତେନ୍ଦ୍ର ବେହେରା ପେଟ୍ରୋଲ ପମ୍ପରୁ ଟଙ୍କା ଧରି ବାହାରୁଥିବା ବେଳେ ହଠାତ୍‌ ଏକ  ବାଇକ୍‌ରେ ତିନିଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପେଟ୍ରୋଲ ପମ୍ପ କାର୍ଯ୍ୟାଳୟରେ ପଶି ମ୍ୟାନେଜର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ପରେ ଜଣେ ଦୁର୍ବୃତ୍ତ ଜିତେନ୍ଦ୍ରଙ୍କ ଡାହାଣ ଗୋଡ଼କୁ ଗୁଳି କରିଥିଲେ। ଲୁଟେରାମାନେ ଜିତେନ୍ଦ୍ରଙ୍କଠାରୁ ପ୍ରାୟ ଦେଢ଼ ଲକ୍ଷ ଓ ଅନ୍ୟ ଜଣେ କର୍ମଚାରୀଙ୍କଠାରୁ ପ୍ରାୟ ପଚାଶ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Related story