ଭୁବନେଶ୍ୱର: ନାବାଳକର ତଣ୍ଟି କାଟି ହତ୍ୟା ଉଦ୍ୟମ ଘଟଣାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଗତକାଲି ଜଣେ ୫ ବର୍ଷର ନାବାଳକର ତଣ୍ଟି କାଟି ହତ୍ୟା ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆକାଶ ବେହେରାକୁ ଶୁକ୍ରବାର ଗିରଫ କରିଛି କମିଶନରେଟ୍ ପୋଲିସ୍। ଅଭିଯୁକ୍ତ ଆକାଶ ଜଣେ ଯୁକ୍ତ ଦୁଇ ଛାତ୍ର। ବାଣୀବିହାର ଅଞ୍ଚଳରୁ ତାକୁ ଗିରଫ କରିଛି ଖାରବେଳ ନଗର ପୋଲିସ। ସତ୍ୟନଗର ବସ୍ତିରେ ଗତକାଲି ଘଟିଥିଲା ଏହି ଘଟଣା। ବସ୍ତିରେ ରହୁଥିବା ଆକାଶ ନିଶାସକ୍ତ ଅବସ୍ଥାରେ ପିଲାଟିର ବେକ କାଟି ଫେରାର ହୋଇଯାଇଥିଲା। କେଉଁ କାରଣରୁ ସେ ଏଭଳି […]

akash behera

Rakesh Mallick
  • Published: Friday, 27 November 2015
  • , Updated: 27 November 2015, 03:43 AM IST

ଭୁବନେଶ୍ୱର: ରାଜଧାନୀରେ ଗତକାଲି ଜଣେ ୫ ବର୍ଷର ନାବାଳକର ତଣ୍ଟି କାଟି ହତ୍ୟା ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆକାଶ ବେହେରାକୁ ଶୁକ୍ରବାର ଗିରଫ କରିଛି କମିଶନରେଟ୍ ପୋଲିସ୍। ଅଭିଯୁକ୍ତ ଆକାଶ ଜଣେ ଯୁକ୍ତ ଦୁଇ ଛାତ୍ର। ବାଣୀବିହାର ଅଞ୍ଚଳରୁ ତାକୁ ଗିରଫ କରିଛି ଖାରବେଳ ନଗର ପୋଲିସ। ସତ୍ୟନଗର ବସ୍ତିରେ ଗତକାଲି ଘଟିଥିଲା ଏହି ଘଟଣା। ବସ୍ତିରେ ରହୁଥିବା ଆକାଶ ନିଶାସକ୍ତ ଅବସ୍ଥାରେ ପିଲାଟିର ବେକ କାଟି ଫେରାର ହୋଇଯାଇଥିଲା। କେଉଁ କାରଣରୁ ସେ ଏଭଳି କାଣ୍ଡ ଭିଆଇଛି ତାହା ପଚରାଉଚରା ବେଳେ ଜଣାପଡ଼ିବ ବୋଲି ପୋଲିସ୍ କହିଛି। ଏହି ଘଟଣା ପରେ ଫେରାର ଆକାଶକୁ ୧୦ ରୁ ୧୨ଟି ବସ୍ତିରେ ଖୋଜିଥିଲା ପୋଲିସ୍।

Related story