ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଅଫିସ୍ ଓ ଘରେ ଭିଜିଲାନ୍ସ ଚଢାଉ  

ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର କମର୍ଦ୍ଦା ସେକ୍ସନର ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ମିହିର ପାତ୍ରଙ୍କ ଅଫିସ୍ ଓ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବାରିପଦା ସ୍ଥିତ ଘର ଓ ବାଙ୍ଗିରିପୋଷି ପୈତୃକ ଘର ଉପରେ  ମିଳିତ ଭାବେ ମଧ୍ୟ  ଭିଜିଲାନ୍ସ ଚଢ଼ାଉ ହୋଇଛି। ବାରିପଦାରୁ ଦାମି କାର୍, କିଛି ଜମିଜମା କାଗଜପତ୍ର, ବ୍ୟାଙ୍କ ପାସବୁକ୍, ସୁନା ଅଳଙ୍କାର ଆଦିକୁ ଭିଜିଲାନ୍ସ ବିଭାଗ ଜବତ କରିଛି। ଆଜି ସକାଳୁ କଟକ ଭିଜିଲାନ୍ସ ଏସପିଙ୍କ […]

vigilace

Rakesh Mallick
  • Published: Tuesday, 08 December 2015
  • , Updated: 08 December 2015, 06:20 AM IST

ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର କମର୍ଦ୍ଦା ସେକ୍ସନର ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ମିହିର ପାତ୍ରଙ୍କ ଅଫିସ୍ ଓ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବାରିପଦା ସ୍ଥିତ ଘର ଓ ବାଙ୍ଗିରିପୋଷି ପୈତୃକ ଘର ଉପରେ  ମିଳିତ ଭାବେ ମଧ୍ୟ  ଭିଜିଲାନ୍ସ ଚଢ଼ାଉ ହୋଇଛି। ବାରିପଦାରୁ ଦାମି କାର୍, କିଛି ଜମିଜମା କାଗଜପତ୍ର, ବ୍ୟାଙ୍କ ପାସବୁକ୍, ସୁନା ଅଳଙ୍କାର ଆଦିକୁ ଭିଜିଲାନ୍ସ ବିଭାଗ ଜବତ କରିଛି। ଆଜି ସକାଳୁ କଟକ ଭିଜିଲାନ୍ସ ଏସପିଙ୍କ ନିଦ୍ଦେର୍ଶକ୍ରମେ ଡିଏସପି ପ୍ରକାଶୁ କୁମାର ନାୟକଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ଏନେଇ ଅଧିକ ତଦନ୍ତ ଜାରି ରହିଛି। ତେବେ ସମସ୍ତ ଆକଳନ ପରେ ସମ୍ପତ୍ତିର ମୂଲ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

 

 

Related story