ରୋହିତ ପ୍ରଧାନ ହତ୍ୟା ଘଟଣାରେ ୩ ଗିରଫ

ବଲାଙ୍ଗିର: ବଲାଙ୍ଗିର ପୋଲିସ୍‌ ରୋହିତ ପ୍ରଧାନ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କର୍ଲାପିଟା ଗାଁର ଇନ୍ଦ୍ରମଣି ବରାଡ଼ ଓ ତାଙ୍କର ଦୁଇ ପୁଅ ହିମାଂଶୁ ଏବଂ ନରେଶ। ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜମିଜମାକୁ ନେଇ ପୂର୍ବରୁ ଇନ୍ଦ୍ରମଣି ଓ ରୋହିତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାଛଡ଼ା ରୋହିତଙ୍କ ଜଣେ […]

Balangir-police-station

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 10:00 PM IST

ବଲାଙ୍ଗିର: ବଲାଙ୍ଗିର ପୋଲିସ୍‌ ରୋହିତ ପ୍ରଧାନ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କର୍ଲାପିଟା ଗାଁର ଇନ୍ଦ୍ରମଣି ବରାଡ଼ ଓ ତାଙ୍କର ଦୁଇ ପୁଅ ହିମାଂଶୁ ଏବଂ ନରେଶ। ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଜମିଜମାକୁ ନେଇ ପୂର୍ବରୁ ଇନ୍ଦ୍ରମଣି ଓ ରୋହିତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାଛଡ଼ା ରୋହିତଙ୍କ ଜଣେ ସମ୍ପର୍କୀୟ ରଘୁମଣି ଓ ଗିରଫ ଇନ୍ଦ୍ରମଣି ୱାର୍ଡ଼ ମେମ୍ୱର ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ। ନିର୍ବାଚନରେ ରୋହିତ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଏଜେଣ୍ଟ ରହିବାକୁ ମନୋନୀତ ହୋଇଥିଲେ। ତେଣୁ ରୋହିତଙ୍କ ହତ୍ୟା ପଛରେ ଜମିଜମା ସହ ରାଜନୈତିକ କାରଣ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

 

Related story