ପାଗନଇ ଗଣହତ୍ୟା ମାମଲାରେ ଦୁଇ ଗିରଫ

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ପୋଲିସ ଆଜି ପାଗନଇ ଗଣହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ପୋଲିସ ଗୋଟିଏ ମାଗାଜିନ୍‌ ଓ ୨ଟି ୯ଏମ୍‌ଏମ୍‌ ଗୁଳି ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୁଏଲପୁରର ଉମେଶ ମାଝି ଓ ମାଣିଖମ୍ୱର ସନ୍ତୋଷ କୁମାର ଦେ। ଜମିଜମାକୁ ବିବାଦକୁ କେନ୍ଦ୍ର କରି ଜାନୁଆରୀ ୨୮ ତାରିଖ ରାତିରେ ପ୍ରତିଭା ମଣ୍ଡଳ, ତାଙ୍କ ପୁଅ ସୁବଳ, ଝିଅ ସୁମନା ଓ ପୁତୁରା […]

balasore-police-2

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 04:26 PM IST

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ପୋଲିସ ଆଜି ପାଗନଇ ଗଣହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ପୋଲିସ ଗୋଟିଏ ମାଗାଜିନ୍‌ ଓ ୨ଟି ୯ଏମ୍‌ଏମ୍‌ ଗୁଳି ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୁଏଲପୁରର ଉମେଶ ମାଝି ଓ ମାଣିଖମ୍ୱର ସନ୍ତୋଷ କୁମାର ଦେ।

ଜମିଜମାକୁ ବିବାଦକୁ କେନ୍ଦ୍ର କରି ଜାନୁଆରୀ ୨୮ ତାରିଖ ରାତିରେ ପ୍ରତିଭା ମଣ୍ଡଳ, ତାଙ୍କ ପୁଅ ସୁବଳ, ଝିଅ ସୁମନା ଓ ପୁତୁରା ବିବେକଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ପୋଲିସ ପୂର୍ବରୁ ୫ ଜଣ ଗିରଫ କରିଥିଲା।

Related story