ବାଲେଶ୍ୱର: ଯୁବକଙ୍କୁ ହତ୍ୟା ଅଭିଯୋଗ

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୋଲିସ୍‌ ଗଡସଙ୍ଗ ଗାଁରେ ଏକ ଘର ଭିତରୁ ବିଜୟ କୁମାର ମହାନ୍ତି(୪୨)ଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କୁ କେହି ପିଟିପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। ହେଲେ ଅଭିଯୁକ୍ତଙ୍କୁ ଧରିପାରିନି।