ବାଲେଶ୍ୱର: ପୁଅ ମାଡ଼ରେ ମା’ର ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓଡ଼ଙ୍ଗୀ ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଆକ୍ରମଣରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ପବିତ୍ରା ମହାନ୍ତି। ପୁଅ ପ୍ରକାଶ ମହାନ୍ତି ଗତକାଲି ମଦପିଇ ମା’ ପବିତ୍ରାଙ୍କ ସହିତ ଝଗଡ଼ା କରିଥିଲା। ଏହି ସମୟରେ ପ୍ରକାଶ ଉତକ୍ଷିପ୍ତ ହୋଇ ଏକ ଦା’ରେ ମା’ର ଆଖି ତାଡ଼ି ଦେବା ସହିତ ମୁଣ୍ଡରେ ଗଭୀର ଆଘାତ ଦେଇଥିଲା। ଘଟଣା ସ୍ଥଳରେ ପବିତ୍ରାଙ୍କର ମୃତ୍ୟୁ ଘଟିଥିଲା। ଖବର […]

baleswar

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 11:25 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓଡ଼ଙ୍ଗୀ ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଆକ୍ରମଣରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ପବିତ୍ରା ମହାନ୍ତି। ପୁଅ ପ୍ରକାଶ ମହାନ୍ତି ଗତକାଲି ମଦପିଇ ମା’ ପବିତ୍ରାଙ୍କ ସହିତ ଝଗଡ଼ା କରିଥିଲା। ଏହି ସମୟରେ ପ୍ରକାଶ ଉତକ୍ଷିପ୍ତ ହୋଇ ଏକ ଦା’ରେ ମା’ର ଆଖି ତାଡ଼ି ଦେବା ସହିତ ମୁଣ୍ଡରେ ଗଭୀର ଆଘାତ ଦେଇଥିଲା। ଘଟଣା ସ୍ଥଳରେ ପବିତ୍ରାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ପ୍ରକାଶକୁ ଗିରଫ କରିଛି।
ବାଲେଶ୍ୱର ସଦର ଥାନା ଆଇଆଇସି ଦୟାନିଧି ଦାଶ କହିଛନ୍ତି, “ଗତକାଲି ପ୍ରକାଶ ନିଶା ଖାଇ ଆସି ତାଙ୍କ ମା’ ପବିତ୍ରାଙ୍କ ସହ ଝଗଡ଼ା କରିଥିଲା। ଉତ୍ତ୍ୟକ୍ତ ହୋଇ ପୁଅ ପ୍ରକାଶ ତା’ ମା’କୁ ହତ୍ୟା କରିଛି। ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଆସୁଛନ୍ତି।”

Related story