ବାଙ୍କୁଆଳରେ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳରେ ସୁଶାନ୍ତ ନାୟକ ନାମକ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ କମିଶନରେଟ୍‌ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାହ୍ନୁ ପ୍ରଧାନ ଏବଂ ବଳରାମ ପ୍ରଧାନ। ଅଭିଯୁକ୍ତ ଦ୍ୱୟ ଦୁଇ ଭାଇ ବୋଲି ପୋଲିସ କହିଛି।

ଘଟଣାକୁ ନେଇ ଗତକାଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ବାଙ୍କୁଆଳ ବ୍ରିଜ୍‌ ପାଖ ରାସ୍ତା ଅବରୋଧ କରି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ।

ଶୁକ୍ରବାର ଦିନ ସୁଶାନ୍ତଙ୍କ ମୃତ ଦେହ ବାଙ୍କୁଆଳ ଛକରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।