ବରଗଡ ମାଖୁନ ବାଗ ହତ୍ୟା ମାମଲା: ଡିଜିଙ୍କୁ ଭେଟିଲେ ପରିବାର ଲୋକେ

ବରଗଡ: ବରଗଡ ଜିଲ୍ଲା ଦେକୁଲବା ଗାଁର ମାଖୁନ ବାଗଙ୍କର ଭେଡେନ୍ ଥାନା ହାଜତରେ ମୃତ୍ୟ ଘଟଣାରେ ଶୁକ୍ରବାର ତାଙ୍କ ପରିବାର ଓ ଉତ୍କଳ ଯାଦବ ମହାସଭା ସଦସ୍ୟ ଡିଜିଙ୍କୁ ଭେଟିଛନ୍ତି। ମାଖୁନ୍ ବାଗଙ୍କ ହତ୍ୟା ଘଟଣାକୁ ୪ ମାସ ବିତି ଯାଇ ଥିଲେ ମଧ୍ୟ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇପାରି ନାହିଁ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଉଭୟ ଯାଦବ ମହାସଭା ଓ ମାଖୁନଙ୍କ ପରିବାର ଲୋକେ […]

makhun-bag-

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 02:52 PM IST

ବରଗଡ: ବରଗଡ ଜିଲ୍ଲା ଦେକୁଲବା ଗାଁର ମାଖୁନ ବାଗଙ୍କର ଭେଡେନ୍ ଥାନା ହାଜତରେ ମୃତ୍ୟ ଘଟଣାରେ ଶୁକ୍ରବାର ତାଙ୍କ ପରିବାର ଓ ଉତ୍କଳ ଯାଦବ ମହାସଭା ସଦସ୍ୟ ଡିଜିଙ୍କୁ ଭେଟିଛନ୍ତି। ମାଖୁନ୍ ବାଗଙ୍କ ହତ୍ୟା ଘଟଣାକୁ ୪ ମାସ ବିତି ଯାଇ ଥିଲେ ମଧ୍ୟ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇପାରି ନାହିଁ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଉଭୟ ଯାଦବ ମହାସଭା ଓ ମାଖୁନଙ୍କ ପରିବାର ଲୋକେ ଡିଜିଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ବୋଲି କହିଛନ୍ତି ଉତ୍କଳ ଯାଦବ ମହାସଭାର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ ବେହେରା।

Related story