ବ୍ରହ୍ମପୁର: ଲୁଟ୍ ଘଟଣାରେ ୨ ନାବାଳକ ସମେତ ୬ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ପୋଲିସ ଏକ ବାଇକ ଚୋରି ରାକେଟର ୬ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ଜଣ ନାବାଳକଙ୍କ ସମେତ ଚୋରା ବାଇକ୍ କିଣିଥିବା ଜଣେ ବ୍ୟକ୍ତି ଅଛନ୍ତି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧୭ଟି ଚୋରି ବାଇକ୍ ଜବତ କରାଯାଇଛି। ବ୍ରହ୍ମପୁର ବଡ଼ବଜାର ଥାନା ସମେତ ଗଞ୍ଜାମ ଓ ବାଲିଗୁଡାର ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି ନେଇ ଅଭିଯୋଗ ହୋଇଥିଲା। ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ […]

berhampur

Rakesh Mallick
  • Published: Sunday, 22 November 2015
  • , Updated: 22 November 2015, 10:27 AM IST

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ପୋଲିସ ଏକ ବାଇକ ଚୋରି ରାକେଟର ୬ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ଜଣ ନାବାଳକଙ୍କ ସମେତ ଚୋରା ବାଇକ୍ କିଣିଥିବା ଜଣେ ବ୍ୟକ୍ତି ଅଛନ୍ତି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧୭ଟି ଚୋରି ବାଇକ୍ ଜବତ କରାଯାଇଛି।

ବ୍ରହ୍ମପୁର ବଡ଼ବଜାର ଥାନା ସମେତ ଗଞ୍ଜାମ ଓ ବାଲିଗୁଡାର ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି ନେଇ ଅଭିଯୋଗ ହୋଇଥିଲା। ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହ ବାଇକ୍ ଉଦ୍ଧାର କରିଥିଲା। ଘଟଣାର ଅଧିକ ତଦନ୍ତ କରାଯାଉଛି। ଏହି ବାଇକ୍ ଚୋରି ରାକେଟରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ କରାଯାଉଛି। ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ଅତିରିକ୍ତ ଏସପି ଶଶିଭୂଷଣ ଶତପଥୀ କହିଛନ୍ତି।

Related story