ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଲୁ ପାତ୍ର ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବାବନପୁର ଭୂତତୋଟା ନିକଟରେ ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଲୁ ପାତ୍ର ଆହତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବୁଲୁ ଦୀର୍ଘ ଦିନ ହେବ ଫେରାର୍‌ ଥିଲା। ବୁଲୁକୁ ଧରିବା ପାଇଁ ପୋଲିସ୍‌ ତା’ ପିଛା କରୁଥିବା ସମୟରେ ସେ ଗୁଳି ଚଳାଇଥିଲା। ଏହାର ଜବାବ୍‌ରେ ପୋଲିସ୍ ପାଲଟା ଗୁଳି ଚଳାଇଥିଲା। ଫଳରେ ତାର ଡାହାଣ ଗୋଡରେ ଗୁଳି ବାଜିଥିଲା। ତେବେ ଘଟଣାସ୍ଥଳରୁ ତାର ସହଯୋଗୀ ଫେରାର୍‌ ହୋଇଯାଇଛି।

ବୁଲୁ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ପୋଲିସ୍‌ ବୁଲୁ ନିକଟରୁ ଗୋଟିଏ ମାଉଜର୍‌, ୩ଟି ଗୁଳି,୨ଟି ମୋବାଇଲ୍‌ ଓ ମଟର ସାଇକେଲ୍‌ ଜବତ କରିଛି।