ଭୁବନେଶ୍ୱର: ଲୁଟ୍ ଯୋଜନା ପଣ୍ଡ, ୩ ଗିରଫ୍, ଗୋଟିଏ ରିଭରଭଲ ଓ ୫ଟି ଗୁଳି ଜବତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଶନିବାର ଏକ ଲୁଟ୍ ଯୋଜନାକୁ ପଣ୍ଡ କରିଛି କମିଶନରେଟ୍ ପୋଲିସ। ତା’ସହିତ ୩ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି। ସେମାନେ ଆଜି ଅପରାହ୍ନରେ ମଞ୍ଚେଶ୍ୱର ଅଞ୍ଚଳରେ ଲୁଟ୍ ପାଇଁ ଯୋଜନା କରୁଥିଲେ। ଏ ସଂପର୍କରେ ଖବର ପାଇଁ କମିଶନରେଟ୍ ପୋଲିସର କୁଇକ୍ ରିଆକ୍ସନ ଟିମ୍ ୩ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଚୋରା ରିଭଲଭର, […]

two-arrested

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 01:22 PM IST

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଶନିବାର ଏକ ଲୁଟ୍ ଯୋଜନାକୁ ପଣ୍ଡ କରିଛି କମିଶନରେଟ୍ ପୋଲିସ। ତା’ସହିତ ୩ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି। ସେମାନେ ଆଜି ଅପରାହ୍ନରେ ମଞ୍ଚେଶ୍ୱର ଅଞ୍ଚଳରେ ଲୁଟ୍ ପାଇଁ ଯୋଜନା କରୁଥିଲେ। ଏ ସଂପର୍କରେ ଖବର ପାଇଁ କମିଶନରେଟ୍ ପୋଲିସର କୁଇକ୍ ରିଆକ୍ସନ ଟିମ୍ ୩ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଚୋରା ରିଭଲଭର, ୫ ରାଉଣ୍ଡ ଗୁଳି ସହ ୨ଟି ଚୋରା ବାଇକକୁ ଜବତ କରାଯାଇଛି। ରିଭଲଭରଟିକୁ ପୋଲିସ ଗିରଫ ଇଞ୍ଜିନିୟରିଂ ଛାତ୍ରଙ୍କ ଠାରୁ ଜବତ କରିଛି। ଅନ୍ୟ ୨ ଦୁର୍ବୃତ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି। ଏମାନେ ହେଲେ ବମିଖାଲ୍ ଅଞ୍ଚଳରେ ଅଟୋ ଚଳାଉଥିବା ସୁଜିତ ଜେନା ଓ ଅନ୍ୟ ଜଣକ ହେଲେ ବାଲିଅନ୍ତାର ମାନସ ସାହୁ। ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

Related story