ଭଦ୍ରକ: ୨ଆନ୍ତଃରାଜ୍ୟ ଡକାୟତ ଗିରଫ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକୋର ପଞ୍ଚାୟତ ବଡ଼ଖୁଆ ସାହି ଗାଁରେ ୨ଜଣ ଆନ୍ତଃରାଜ୍ୟ ଡକାୟତ କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ସେମାନଙ୍କ ପାଖରୁ ମୋବାଇଲ୍‌ ଫୋନ୍‌, ବୈଦେଶିକ ମୁଦ୍ରା ଓ ସୁନା ଅଳଙ୍କାର ଜବତ କରାଯାଇଛି। ଗିରଫ ଡକାୟତମାନେ ହେଲେ ରାଜସ୍ଥାନ ଜୟପୁର ଅଞ୍ଚଳର ଜୁବିନ୍‌ ଶେଖ୍‌ ଏବଂ ଜାନି  ଅଲ୍ଲୀ।  ଏହି ଡକାୟତମାନେ ବଡ଼ଖୁଆ ସାହିରେ  ୩ ଦିନ ହେବ ଘର ଭଡ଼ାରେ ରହି ଡକାୟତି କରୁଥିଲେ। ଗ୍ରାମବାସୀମାନେ ଏହା ଜାଣିପାରି ସେମାନଙ୍କୁ ଅଟକ ରଖି ପୋଲିସର ଜିମା ଦେଇଥିଲେ।