ଭଦ୍ରକ: ଭଦ୍ରକରେ ଗୁରୁବାର ରାତିରେ ୩ଟି ଏଟିଏମ୍ରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଯାଇଥିଲେ ହେଁ ପୋଲିସ୍ ଲୁଟେରାଙ୍କ ଟେର୍ ପାଇନି।
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରଁଦିଆ ବଜାରରେ ଥିବା ଦୁଇଟି ଏଟିଏମ୍କୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିଲେ। ଏହି ଦୁଇଟି ଏଟିଏମ୍ ମଧ୍ୟରୁ ଗୋଟିଏ ଆଇସିଆଇସିଆଇ ବ୍ୟାଙ୍କର ହୋଇଥିବା ବେଳେ ଅନ୍ୟଟି ଏକ୍ସସିସ୍ ବ୍ୟାଙ୍କର। ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍କୁ ପୋଡ଼ି ଦେଇଛନ୍ତି। ଆଇସିଆଇସିଆଇ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ୬,୮୭,୦୦୦ ଟଙ୍କା ଲୁଟି ନେଇଥିବା ବେଳେ ଏକ୍ସିସ୍ ବ୍ୟାଙ୍କରୁ ୪,୪୪,୦୦୦ ଟଙ୍କା ଲୁଟି ନେଇଛନ୍ତି। ସେହିପରି କୁଆଁଶର ଥିବା ଏସ୍ବିଆଇର ଏକ ଏଟିଏମ୍କୁ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏଠାରୁ ସବୁଠୁ ଅଧିକ ୧୬,୪୮,୦୦୦ ଟଙ୍କା ଲୁଟି ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।