ଚାକିରି ଦେବା ନାଁରେ ଠକେଇ, ଶିକ୍ଷକ ନେତା ଗିରଫ

ଭଦ୍ରକ:  ଭୁବନେଶ୍ୱର ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟାଳୟରେ ଚାକିରି କରାଇ ଦେବାକୁ କହି ଜାଲ ନିଯୁକ୍ତିପତ୍ର ଦେଇ ଯୁବତୀଙ୍କୁ ଠକୁଥିବା ଜଣେ ଶିକ୍ଷକ ନେତାଙ୍କୁ ଭଦ୍ରକ ଟାଉନ୍‌ ଥାନା ପୋଲିସ୍‌ ଗିରଫ କରିଛି। ଶିକ୍ଷକ ନେତା ଜଣଙ୍କ ହେଲେ ଉତ୍ତମ ଦାସ। ଠାକାମୀରେ ଶିକାର ହୋଇଥିବା ଅର୍ଚ୍ଚନା ଖୁଣ୍ଟିଆଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ୨୮/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶିକ୍ଷକ ନେତା ଜଣକ ଶିକ୍ଷିତ ଯୁବତୀଙ୍କୁ ସଚିବାଳୟ ନେଇ ସେଠାରେ ଜାଲ ନିଯୁକ୍ତି ପତ୍ର […]

bhadrak thana

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 05:36 PM IST

ଭଦ୍ରକ:  ଭୁବନେଶ୍ୱର ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟାଳୟରେ ଚାକିରି କରାଇ ଦେବାକୁ କହି ଜାଲ ନିଯୁକ୍ତିପତ୍ର ଦେଇ ଯୁବତୀଙ୍କୁ ଠକୁଥିବା ଜଣେ ଶିକ୍ଷକ ନେତାଙ୍କୁ ଭଦ୍ରକ ଟାଉନ୍‌ ଥାନା ପୋଲିସ୍‌ ଗିରଫ କରିଛି। ଶିକ୍ଷକ ନେତା ଜଣଙ୍କ ହେଲେ ଉତ୍ତମ ଦାସ। ଠାକାମୀରେ ଶିକାର ହୋଇଥିବା ଅର୍ଚ୍ଚନା ଖୁଣ୍ଟିଆଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ୨୮/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଶିକ୍ଷକ ନେତା ଜଣକ ଶିକ୍ଷିତ ଯୁବତୀଙ୍କୁ ସଚିବାଳୟ ନେଇ ସେଠାରେ ଜାଲ ନିଯୁକ୍ତି ପତ୍ର ଦେଉଥିଲେ। ଏଥିପାଇଁ ପ୍ରତ୍ୟକ ଯୁବତୀଙ୍କ ପାଖରୁ ସେ ୨ରୁ ୩ ଲକ୍ଷ ଲେଖାଏଁ ଟଙ୍କା ନେଉଥିଲେ। ବର୍ତ୍ତମାନ ସୁଦ୍ଧା ୩ ଜଣ ଯୁବତୀ ଏହି ଠକାମୀର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏପରିକି ଶିକ୍ଷକ ନେତା ଜଣକ କେତେକ ଯୁବତୀଙ୍କୁ ଦେଇଥିବା ବ୍ଲାଂକ ଚେକ୍‌ ମଧ୍ୟ ବାଉନ୍ସ ହୋଇଥିବା ଅଭିଯୋଗ ହୋଇଛି।

ଏହାଛଡ଼ା ଏହି ଶିକ୍ଷକ ନେତାଙ୍କ ବିରୋଧରେ ଅନ୍ୟ ଜିଲ୍ଲାରେ ମଧ୍ୟ ଗୁରୁତର ଅଭିଯୋଗ ରହିଛି।

Related story