ଆଇଗିଣିଆ ଆଳୁଗଦି ନିକଟରେ ବୋମାମାଡ଼ ଘଟଣାରେ ୪ ଡକାୟତ ଗିରଫ

ଭୁବନେଶ୍ୱର: ଆଇଗିଣିଆ ଆଳୁଗଦି ନିକଟରେ ବୋମାମାଡ଼ ଘଟଣାରେ କମିଶନରେଟ୍ ପୋଲିସ ମୋଷ୍ଟ ୱାଣ୍ଟେଡ ଲୁଟେରା ବାଲାଜି ରାଓ ଓରଫ ବାଲା ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ୨ଟି ବନ୍ଧୁକ, ୨ଟି ବୋମା, ମୋବାଇଲ ଫୋନ ଓ ଲୁଟ୍‌ ସାମଗ୍ରୀ ଜବତ କରିଛି। ମାସେ ତଳେ ବାଲା ଓ ତା’ର ସହଯୋଗୀ ବରମୁଣ୍ଡା ଏବଂ ଆଇଗିଣିଆ ଅଞ୍ଚଳରେ ଲୁଟ୍‌ କରିଥିଲେ। ଏହାକୁ ନେଇ ପୋଲିସ ଖୋଳତାଡ଼ କରିବା ବେଳେ ଏହି ଗ୍ୟାଙ୍ଗର ୪ […]

accused

Rakesh Mallick
  • Published: Tuesday, 17 January 2017
  • , Updated: 17 January 2017, 06:41 PM IST

ଭୁବନେଶ୍ୱର: ଆଇଗିଣିଆ ଆଳୁଗଦି ନିକଟରେ ବୋମାମାଡ଼ ଘଟଣାରେ କମିଶନରେଟ୍ ପୋଲିସ ମୋଷ୍ଟ ୱାଣ୍ଟେଡ ଲୁଟେରା ବାଲାଜି ରାଓ ଓରଫ ବାଲା ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ୨ଟି ବନ୍ଧୁକ, ୨ଟି ବୋମା, ମୋବାଇଲ ଫୋନ ଓ ଲୁଟ୍‌ ସାମଗ୍ରୀ ଜବତ କରିଛି।

ମାସେ ତଳେ ବାଲା ଓ ତା’ର ସହଯୋଗୀ ବରମୁଣ୍ଡା ଏବଂ ଆଇଗିଣିଆ ଅଞ୍ଚଳରେ ଲୁଟ୍‌ କରିଥିଲେ। ଏହାକୁ ନେଇ ପୋଲିସ ଖୋଳତାଡ଼ କରିବା ବେଳେ ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି। ଗାଙ୍ଗର ଅନ୍ୟ କିଛି ସଦସ୍ୟଙ୍କୁ ପୋଲିସ ଖୋଜୁଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଡିସିପି କହିଛନ୍ତି,“ଖୁବ କମ ବୟସରୁ ବାଲା ଅପରାଧ ଦୁନିଆରେ ପାଦ ଥାପିଥିଲା। ତା’ ନାଁରେ ଏକାଧିକ ମାମଲା ରହିଛି। ଖୋର୍ଦ୍ଧା, ବୁଗୁଡା ଓ ଭୁବନେଶ୍ୱରର ୩ଟି ଡକାୟତି ମାମଲାରେ ବାଲାର ସମ୍ପୃକ୍ତି ରହିଛି।”

Related story