ଭୁବନେଶ୍ୱର: ୫ ବର୍ଷର ଶିଶୁର ତଣ୍ଟି କାଟି ହତ୍ୟା ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଏକ ୫ ବର୍ଷର ନାବାଳକର ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସତ୍ୟନଗର ବସ୍ତିରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ପିଲାଟିକୁ କ୍ୟାପିଟାଲ ହସ୍ପିଟାଲରୁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଛି। ବସ୍ତିରେ ରହୁଥିବା ଯୁକ୍ତ ଦୁଇ ଛାତ୍ର ଆକାଶ ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ନିଶାସକ୍ତ ଅବସ୍ଥାରେ ଆକାଶ ପିଲାଟିର ବେକ କାଟିବା ପରେ ଫେରାର ହୋଇଯାଇଛି। ତେବେ କଉଁ କାରଣରୁ ସେ ଏଭଳି କାଣ୍ଡ […]

child

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 09:13 AM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଏକ ୫ ବର୍ଷର ନାବାଳକର ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସତ୍ୟନଗର ବସ୍ତିରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ପିଲାଟିକୁ କ୍ୟାପିଟାଲ ହସ୍ପିଟାଲରୁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଛି। ବସ୍ତିରେ ରହୁଥିବା ଯୁକ୍ତ ଦୁଇ ଛାତ୍ର ଆକାଶ ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ନିଶାସକ୍ତ ଅବସ୍ଥାରେ ଆକାଶ ପିଲାଟିର ବେକ କାଟିବା ପରେ ଫେରାର ହୋଇଯାଇଛି। ତେବେ କଉଁ କାରଣରୁ ସେ ଏଭଳି କାଣ୍ଡ ଭିଆଇଲା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଖୋଜୁଛି।

Related story