ଭୁବନେଶ୍ୱର: ବିଲଡର୍ସଙ୍କଠାରୁ ୧୫ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରୁ ଦିନ ଦ୍ୱିପ୍ରହରରେ ପୁଣି ଏକ ଲୁଟ୍ ହୋଇଛି। ଲୁଟର ଶିକାର ହୋଇଛନ୍ତି ସିଦ୍ଧି ବିନାୟକ ବିଲଡର୍ସର କମ୍ପାନୀର ମ୍ୟାନେଜର। ଭୁବନେଶ୍ୱର କଟକ ରୋଡରେ ଥିବା ଏକ ବ୍ୟାଙ୍କରୁ ସେ ଟଙ୍କ। ଉଠାଇ ଆସୁଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ପାଖରୁ ଟଙ୍କା ବ୍ୟାଗ ଛଡାଇ ଫେରାର ହୋଇଯାଇଛନ୍ତି । ଖବରପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ଅପରାହ୍ନରେ କମ୍ପାନୀର ମ୍ୟାନେଜର ବ୍ୟାଙ୍କରୁ […]

loot

Rakesh Mallick
  • Published: Friday, 06 November 2015
  • , Updated: 06 November 2015, 12:12 PM IST

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରୁ ଦିନ ଦ୍ୱିପ୍ରହରରେ ପୁଣି ଏକ ଲୁଟ୍ ହୋଇଛି। ଲୁଟର ଶିକାର ହୋଇଛନ୍ତି ସିଦ୍ଧି ବିନାୟକ ବିଲଡର୍ସର କମ୍ପାନୀର ମ୍ୟାନେଜର। ଭୁବନେଶ୍ୱର କଟକ ରୋଡରେ ଥିବା ଏକ ବ୍ୟାଙ୍କରୁ ସେ ଟଙ୍କ। ଉଠାଇ ଆସୁଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ପାଖରୁ ଟଙ୍କା ବ୍ୟାଗ ଛଡାଇ ଫେରାର ହୋଇଯାଇଛନ୍ତି । ଖବରପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜି ଅପରାହ୍ନରେ କମ୍ପାନୀର ମ୍ୟାନେଜର ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କ। ଉଠାଇ ନିକଟରେ ଥିବା କାର୍ଯ୍ୟାଳୟକୁ ଆସୁଥିଲେ । ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପପଲସରରେ ଆସି ତାଙ୍କ ଠାରୁ ଟଙ୍କ। ବ୍ୟାଗ୍ ଲୁଟି ନେଇଥିଲେ । ଏହା ପୂର୍ବରୁ ମଧ୍ୟ ରାଜଧାନୀରେ ଦିନଦ୍ୱିପ୍ରହରରେ ଲୁଟ ହୋଇଛି। କମିଶନରେଟ ପୋଲିସ କଡା ପହରା ସତ୍ତ୍ୱେ ଦୁର୍ବୃତ୍ତମାନେ ଖୁଲମଖୁଲା ଲୁଟପାଟ କରିବା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟ କରୁଛି।

Related story