ଅଫିସ୍ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ। ସୋମବାର ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା। ଏହି ଘଟଣା ପରେ କମିଶନରେଟ୍ ପୁଲିସ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିବାବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛି। ତେବେ ପୁଲିସ ମୁତାବକ, ସନ୍ଦେହ ଓ ରାଗରେ ସ୍ୱାମୀ ଛୁରା ମାଡ଼ କରିଥିଲେ ।