ଭୁବନେଶ୍ୱର: ସିଟି ଜୁଏଲର୍ସରୁ ୪ ଲକ୍ଷ ଟଙ୍କାର ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ରାଜ୍ । ୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ବଡ ଧରଣର ଲୁଟ୍ ହୋଇଛି ।  ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାଜମହଲ ଛକରେ ଥିବା ସିଟି ଜୁଏଲର୍ସ ସୁନା ଦୋକାନରୁ ପ୍ରାୟ ୪ ଲକ୍ଷ ଟଙ୍କ।ର ସୁନା ଚେନ୍ ଲୁଟ୍ ହୋଇଛି । ଆଉ ଏହି ଲୁଟର କାରନାମା ଦୋକାନରେ ଥିବା ସିସିଟିଭିରେ ରେକର୍ଡରୁ ଜଣାପଡିଛି। ଏଥିରେ ୫ ଜଣ ଲୁଟେରା ସମ୍ପୃକ୍ତ ଥିବା ଜଣାପଡିଛି । ପ୍ରଥମେ ଦୁଇ ଜଣ ମହିଳା […]

loot

Rakesh Mallick
  • Published: Friday, 06 November 2015
  • , Updated: 07 November 2015, 04:20 AM IST

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ରାଜ୍ । ୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ବଡ ଧରଣର ଲୁଟ୍ ହୋଇଛି ।  ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାଜମହଲ ଛକରେ ଥିବା ସିଟି ଜୁଏଲର୍ସ ସୁନା ଦୋକାନରୁ ପ୍ରାୟ ୪ ଲକ୍ଷ ଟଙ୍କ।ର ସୁନା ଚେନ୍ ଲୁଟ୍ ହୋଇଛି । ଆଉ ଏହି ଲୁଟର କାରନାମା ଦୋକାନରେ ଥିବା ସିସିଟିଭିରେ ରେକର୍ଡରୁ ଜଣାପଡିଛି। ଏଥିରେ ୫ ଜଣ ଲୁଟେରା ସମ୍ପୃକ୍ତ ଥିବା ଜଣାପଡିଛି । ପ୍ରଥମେ ଦୁଇ ଜଣ ମହିଳା ଲୁଟେରା,  ଗ୍ରାହକ ସାଜି ଦୋକାନ ଭିତରକୁ ପ୍ରବେଶ କରିଥିଲେ। ସୁନା କାନଫୁଲ ଦେଖିବା ବାହାନାରେ ସେମାନେ ବ୍ୟସ୍ତ ରଖିଥିଲେ କର୍ମଚାରୀଙ୍କୁ। ପରେ ସେମାନଙ୍କ ୩ଜଣ ପୁରୁଷ ସାଥୀ ଦୋକାନରେ ପହଞ୍ଚି ଥିଲେ । ସାଧାରଣ ଗ୍ରାହକ ଭଳି ବ୍ୟବହାର କରି ସେମାନେ ଅନ୍ୟ ଭେରାଇଟିର ଗହଣା ଦେଖାଇବାକୁ ଦୋକାନ ମାଲିକଙ୍କୁ କହିଥିଲେ । ମାଲିକ ପାଖ ଦୋକାନକୁ ଗହଣା ଆଣିବାକୁ ଗଲା ବେଳେ ଏହାର ଫ।ଇଦା ନେଇ ସେମାନେ ଗହଣା ଥାକରେ ଥିବା ସୁନା ଚେନ୍ ବକ୍ସକୁ ନେଇ ଯାଇଥିଲେ । ସେମାନେ ଗଲା ପରେ ଥାକ ଖାଲି ଥିବା ଦେଖି ଦୋକାନ ମାଲିକଙ୍କ ସନ୍ଦେହ ଜାତ ହୋଇଥିଲା । ସିସିଟିଭି ଭିଜୁଆଲ ଦେଖିବା ପରେ ଲୁଟ କଥା ଜଣାପଡିଥିଲା । ଲୁଟେରାମାନେ ୬ଟି ସୁନାଚେନ ନେଇଯାଇଥିବା ଜଣାପଡିଛି। ଚୋରି ଗହଣାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କ। ହେବ ବୋଲି ମାଲିକ କହିଛନ୍ତି। ଏ ନେଇ ସେ  କ୍ୟାପିଟାଲ୍ ଥାନାରେ ଏକ ମାମଲା ରୁଜୁ ହୋଇଛି।

Related story