ଆଇଆଇଆଇଟି ହଷ୍ଟେଲ୍‌ରୁ ଚୋରି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାସ୍ଥିତ ଟ୍ରିପଲ୍ ଆଇଟି (ଆଇଆଇଆଇଟି) ହଷ୍ଟେଲ୍‌ରୁ ଚୋରି ଅଭିଯୋଗ ହୋଇଛି। ଟ୍ରିପଲ୍ ଆଇଟିର ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ହଷ୍ଟେଲ୍ ବ୍ଲକ୍‌ରୁ ଗତକାଲି ବଡ଼ ଧରଣର ଚୋରି ହୋଇଥିବା ଚନ୍ଦକା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କିଛି ପିଲାଙ୍କ ଲାପ୍‌ଟପ୍, ମୋବାଇଲ୍ ଫୋନ୍, ଆଇପ୍ୟାଡ୍, ହାର୍ଡଡିସ୍କ ଓ ନଗଦ ଟଙ୍କା ଚୋରି ହୋଇଛି।  ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ୫ଟି ଆଇଫୋନ୍‌। ଗତକାଲି ପିଲାମାନେ ସେମିଷ୍ଟାର ପରୀକ୍ଷା ଦେବା ପାଇଁ […]

iiit

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 08:16 AM IST

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାସ୍ଥିତ ଟ୍ରିପଲ୍ ଆଇଟି (ଆଇଆଇଆଇଟି) ହଷ୍ଟେଲ୍‌ରୁ ଚୋରି ଅଭିଯୋଗ ହୋଇଛି। ଟ୍ରିପଲ୍ ଆଇଟିର ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ହଷ୍ଟେଲ୍ ବ୍ଲକ୍‌ରୁ ଗତକାଲି ବଡ଼ ଧରଣର ଚୋରି ହୋଇଥିବା ଚନ୍ଦକା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କିଛି ପିଲାଙ୍କ ଲାପ୍‌ଟପ୍, ମୋବାଇଲ୍ ଫୋନ୍, ଆଇପ୍ୟାଡ୍, ହାର୍ଡଡିସ୍କ ଓ ନଗଦ ଟଙ୍କା ଚୋରି ହୋଇଛି।  ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ୫ଟି ଆଇଫୋନ୍‌।

ଗତକାଲି ପିଲାମାନେ ସେମିଷ୍ଟାର ପରୀକ୍ଷା ଦେବା ପାଇଁ ସକାଳ ସାଢ଼େ ଦଶଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ କଲେଜକୁ ଯାଇଥିବା ବେଳେ ଚୋରି ହୋଇଥିବା କୁହାଯାଇଛି। ଏହି ସମୟ ମଧ୍ୟରେ ହଷ୍ଟେଲ୍‌କୁ ଆସିଥିବା ଲୋକଙ୍କ ଭିଡିଓ ଫୁଟେଜ୍ ହଷ୍ଟେଲ୍ ପକ୍ଷରୁ ପୋଲିସ୍‌କୁ ଦିଆଯାଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

Related story