ଭୁବନେଶ୍ୱର: ୩ ଡକାୟତ ଗିରଫ, ୨ ବନ୍ଧୁକ ଜବତ

ଭୁବନେଶ୍ୱର: ରାଜଧାନୀରେ ଡକାୟତି ଯୋଜନା କରୁଥିବା ବେଳେ ୩ ଡକାୟତଙ୍କୁ ଧରିଛି କମିଶନରେଟ୍ ପୋଲିସ। ସେମାନଙ୍କଠାରୁ ୨ଟି ଚୋରା ବନ୍ଧୁକ ଓ ୭ରାଉଣ୍ଡ ଗୁଳି ଜବତ ହୋଇଛି। ଗିରଫ ଡକାୟତମାନେ ହେଲେ ଶାରଦା ମହାରଣା, ଶଙ୍କର ମହାରଣା, ସାଲୁ ଦେହୁରୀ।ଏହି ଘଟଣାରେ ଆଉ ଦୁଇ ଫେରାର ହୋଇଯାଇନ୍ତି। ଇନଫୋସିଟି ଥାନା ଅଞ୍ଚଳରେ କୁଇକ୍ ଆକ୍ସନ ଟିମ୍ ପକ୍ଷରୁ ଚଢ଼ଉ ବେଳେ ଏମାନଙ୍କୁ ଧରାଯାଇଛି। ଏମାନେ ବିହାରରୁ ଚୋରାରେ ବନ୍ଧୁକ ଆଣିଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ। ଚଳିତ […]

oppration block-smoke

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 10:23 AM IST

ଭୁବନେଶ୍ୱର: ରାଜଧାନୀରେ ଡକାୟତି ଯୋଜନା କରୁଥିବା ବେଳେ ୩ ଡକାୟତଙ୍କୁ ଧରିଛି କମିଶନରେଟ୍ ପୋଲିସ। ସେମାନଙ୍କଠାରୁ ୨ଟି ଚୋରା ବନ୍ଧୁକ ଓ ୭ରାଉଣ୍ଡ ଗୁଳି ଜବତ ହୋଇଛି। ଗିରଫ ଡକାୟତମାନେ ହେଲେ ଶାରଦା ମହାରଣା, ଶଙ୍କର ମହାରଣା, ସାଲୁ ଦେହୁରୀ।ଏହି ଘଟଣାରେ ଆଉ ଦୁଇ ଫେରାର ହୋଇଯାଇନ୍ତି। ଇନଫୋସିଟି ଥାନା ଅଞ୍ଚଳରେ କୁଇକ୍ ଆକ୍ସନ ଟିମ୍ ପକ୍ଷରୁ ଚଢ଼ଉ ବେଳେ ଏମାନଙ୍କୁ ଧରାଯାଇଛି। ଏମାନେ ବିହାରରୁ ଚୋରାରେ ବନ୍ଧୁକ ଆଣିଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ। ଚଳିତ ବର୍ଷ ମୋଟ୍ ୭୦ରୁ ଅଧିକ ଚୋରା ବନ୍ଧୁକ ଜବତ ହେଲାଣି। ଅପରେସନ ବ୍ଲାକ ସ୍ମୋକ ଜରିଆରେ ଏହି ଚଢ଼ଉ ହୋଇଥିଲା ଓ ଆଗକୁ ଏହାକୁ ଜୋରଦାର କରାଯିବ ବୋଲି ପୋଲିସ କମିସନର ଆର.ପି.ଶର୍ମା ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related story