ଭୁବନେଶ୍ୱର:୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡା ହଳଦିପଡିଆ ବସ୍ତିରୁ ଏକ୍ସାଇଜ୍ ଇଣ୍ଟେଲିଜେନ୍ସ ତରଫରୁ ବସ୍ତିରେ ଚଢାଉ କରାଯାଇ ପ୍ରାୟ ୫୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଘଟଣାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ତା ନାଁ ମୁସ୍ତାକ ଅହମ୍ମଦ। ମୁସ୍ତାକର ଘର ମେଦିନାପୁରରେ। ତେବେ ସେ ହଳଦିପଡିଆ ବସ୍ତିରେ ରହେ। ମୁସ୍ତାକ ମେଦିନାପୁରରୁ ବ୍ରାଉନ ସୁଗାର ଆଣି ଛୋଟଛୋଟ ପୁଡିଆ କରି ବସ୍ତିରେ ବିକ୍ରି କରେ। ଗୋଟିଏ ପୁଡିଆର […]

bbsr,brown sugar

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 08:13 AM IST

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡା ହଳଦିପଡିଆ ବସ୍ତିରୁ ଏକ୍ସାଇଜ୍ ଇଣ୍ଟେଲିଜେନ୍ସ ତରଫରୁ ବସ୍ତିରେ ଚଢାଉ କରାଯାଇ ପ୍ରାୟ ୫୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଘଟଣାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ତା ନାଁ ମୁସ୍ତାକ ଅହମ୍ମଦ। ମୁସ୍ତାକର ଘର ମେଦିନାପୁରରେ। ତେବେ ସେ ହଳଦିପଡିଆ ବସ୍ତିରେ ରହେ। ମୁସ୍ତାକ ମେଦିନାପୁରରୁ ବ୍ରାଉନ ସୁଗାର ଆଣି ଛୋଟଛୋଟ ପୁଡିଆ କରି ବସ୍ତିରେ ବିକ୍ରି କରେ। ଗୋଟିଏ ପୁଡିଆର ଦାମ ୨୨୦ଟଙ୍କା। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ପୂର୍ବରୁ ମଧ୍ୟ କମିଶନରେଟ ପୁଲିସ ମୁସ୍ତାକକୁ ଗିରଫ କରିଥିଲା।

Related story