ଭୁବନେଶ୍ୱର: ଅନୈତକ କାର୍ଯ୍ୟକଳାପକୁ ବିରୋଧ କରି  ମନ୍ଦିରରେ ଭଙ୍ଗାରୁଜା

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ୍ ସ୍ଥିତ ତାରିଣୀ ବସ୍ତିରେ ଥିବା ତାରିଣୀ ମନ୍ଦିରରେ  ଅନୈତକ କାର୍ଯ୍ୟକଳାପକୁ ବିରୋଧ କରି  ଗତକାଲି ରାତିରେ ବ୍ୟାପକ ଭଙ୍ଗାରୁଜା ସହ ପୋଡ଼ାଜଳା  ହୋଇଛି।  ବସ୍ତିରେ ଥିବା ତାରିଣୀ ମନ୍ଦିରର ପୂଜକ କୁଶେଇ ଓରଫ୍ କୃଷ୍ଣଚନ୍ଦ୍ର ପରମାଣିକ ଦୀର୍ଘ ଦିନ ଧରି ମନ୍ଦିରରେ ବେଆଇନ୍ ଭାବେ ମଦ ବିକ୍ରି କରିବା ସହ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା। ଗତକାଲି ମଧ୍ୟ ମନ୍ଦିରରେ ଏଭଳି ଅନୈତକ କାର୍ଯ୍ୟ ଚାଲିଥିବା ନେଇ […]

temple

Rakesh Mallick
  • Published: Friday, 27 November 2015
  • , Updated: 27 November 2015, 03:37 AM IST

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ୍ ସ୍ଥିତ ତାରିଣୀ ବସ୍ତିରେ ଥିବା ତାରିଣୀ ମନ୍ଦିରରେ  ଅନୈତକ କାର୍ଯ୍ୟକଳାପକୁ ବିରୋଧ କରି  ଗତକାଲି ରାତିରେ ବ୍ୟାପକ ଭଙ୍ଗାରୁଜା ସହ ପୋଡ଼ାଜଳା  ହୋଇଛି।  ବସ୍ତିରେ ଥିବା ତାରିଣୀ ମନ୍ଦିରର ପୂଜକ କୁଶେଇ ଓରଫ୍ କୃଷ୍ଣଚନ୍ଦ୍ର ପରମାଣିକ ଦୀର୍ଘ ଦିନ ଧରି ମନ୍ଦିରରେ ବେଆଇନ୍ ଭାବେ ମଦ ବିକ୍ରି କରିବା ସହ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା। ଗତକାଲି ମଧ୍ୟ ମନ୍ଦିରରେ ଏଭଳି ଅନୈତକ କାର୍ଯ୍ୟ ଚାଲିଥିବା ନେଇ ଜଣାପଡିବା ପରେ ଉତ୍ତେଜନା ଦେଖା ଦେଇଥିଲା। ବହୁ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକେ କୃଷ୍ଣଚନ୍ଦ୍ରଙ୍କୁ ମାଡ଼ପିଟ୍ କରିବା ସହ ମନ୍ଦିର ପରିସରରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଉତ୍ତ୍ୟକ୍ତ ଲୋକେ ମନ୍ଦିରରେ ଥିବା ଯଜ୍ଞ ମଣ୍ଡପରେ ନିଆଁ ଲଗାଇ ଦେବାରୁ ମଣ୍ଡପଟି ସଂପୂର୍ଣ୍ଣ ପୋଡ଼ିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ କୃଷ୍ଣଚନ୍ଦ୍ରଙ୍କୁ ଅଟକ ରଖିଛି।

Related story