ଆନନ୍ଦପୁର: ବିନା ଗ୍ୟାରେଣ୍ଟିରେ ଋଣ ଦେବାକୁ ମନା କରିବାରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର : ଋଣ ଦେବାକୁ ମନା କରିବାରୁ ଆନନ୍ଦପୁର କାନାରା ବ୍ୟାଙ୍କ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ମ୍ୟାନେଜରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାଙ୍କ ନିକଟରେ ରହୁଥିବା ବିଜୟ ମିଶ୍ର ନାମକ ଜଣେ ଯୁବକ ବିନା ଗ୍ୟାରେଣ୍ଟିରେ କାନାରା ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କାର ଋଣ ମାଗିଥିଲେ। ମ୍ୟାନେଜର ଋଣ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ବିଜୟ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛି। ଖବର ପାଇ […]

bank

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 10:11 AM IST

ଆନନ୍ଦପୁର : ଋଣ ଦେବାକୁ ମନା କରିବାରୁ ଆନନ୍ଦପୁର କାନାରା ବ୍ୟାଙ୍କ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ମ୍ୟାନେଜରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାଙ୍କ ନିକଟରେ ରହୁଥିବା ବିଜୟ ମିଶ୍ର ନାମକ ଜଣେ ଯୁବକ ବିନା ଗ୍ୟାରେଣ୍ଟିରେ କାନାରା ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କାର ଋଣ ମାଗିଥିଲେ। ମ୍ୟାନେଜର ଋଣ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ବିଜୟ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛି। ଖବର ପାଇ ପୋଲିସ ବ୍ୟାଙ୍କରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story