ବଲାଙ୍ଗିର: ଲୁଟ୍ ଉଦ୍ୟମ କରି ଇଂଜିନିୟରିଂ ଛାତ୍ର ଅଟକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟାଉନ ପୋଲିସ ଶନିବାର ଏକ ଲୁଟ ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଅଭିଯୁକ୍ତ ଜଣଙ୍କ ହେଲେ ରେଲୱେ ଷ୍ଟେସନ ପଡାର ଅଜୟ ନାଏକ। ସେ ବଲାଙ୍ଗିରର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡିଛି। ଶନିବାର ରାତି ପ୍ରାୟ ୧୨ଟାରେ ବଲାଙ୍ଗିର ଗେଟସରୋବର ପଡାର ଗୁଣନିଧୀ ଦୀପ ଏକ ପିକ୍ଅପ୍ ଭ୍ୟାନରେ ପନିପରିବା ନେଇ ଟିଟିଲାଗଡ ଆଡକୁ ଯାଉଥିଲେ। ଆରଟିଓ ଛକ ନିକଟରେ […]

loot

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 11:29 AM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟାଉନ ପୋଲିସ ଶନିବାର ଏକ ଲୁଟ ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଅଭିଯୁକ୍ତ ଜଣଙ୍କ ହେଲେ ରେଲୱେ ଷ୍ଟେସନ ପଡାର ଅଜୟ ନାଏକ। ସେ ବଲାଙ୍ଗିରର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡିଛି।

ଶନିବାର ରାତି ପ୍ରାୟ ୧୨ଟାରେ ବଲାଙ୍ଗିର ଗେଟସରୋବର ପଡାର ଗୁଣନିଧୀ ଦୀପ ଏକ ପିକ୍ଅପ୍ ଭ୍ୟାନରେ ପନିପରିବା ନେଇ ଟିଟିଲାଗଡ ଆଡକୁ ଯାଉଥିଲେ। ଆରଟିଓ ଛକ ନିକଟରେ ଅଜୟ ତାଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇ ଦୁଇ ହଜାର ଟଙ୍କ। ଲୁଟ୍ କରିଥିଲା। ଏହାସହ ଆକ୍ରମଣ କରିବାରୁ ଗୁଣନିଧିଙ୍କ ହାତରେ ଆଘାତ ଲାଗିଛି। ଲୁଟ ସମୟରେ ପାଟ୍ରୋଲିଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଇ ଗୁଣନିଧୀଙ୍କୁ ଉଦ୍ଧାର କରିବା ସହ ଅଜୟଙ୍କୁ ବାକୁ କରି ନେଇଥିଲା। ଅଜୟ ପାଖରୁ ଲୁଟ ୨ହଜାର ଟଙ୍କା ପୋଲିସ ଉଦ୍ଧାର କରିଛି।

Related story