ବଲାଙ୍ଗିରରେ ଗୁଳିମାଡ଼ରେ ଆହତ ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର: ଗତକାଲି ବଲାଙ୍ଗିର ସହରରେ ଗୁଳି ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବା ସନ୍ତୋଷ ସାହୁ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କୁ ବୁର୍ଲାରୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ସେ ପ୍ରାଣ ହରାଇଛନ୍ତି।

ମୃତ ସନ୍ତୋଷ ବଲାଙ୍ଗିର ସହରର ଗାନ୍ଧିନଗର ପଡ଼ାରେ ଛକ ଅଞ୍ଚଳରେ ଏକ ମଦ ଦୋକାନର ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରୁଥିଲେ।

ଏ ହତ୍ୟାକାଣ୍ଡରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏକ ମାଉଜର ଜବତ କରାଯାଇଛି।