ବୌଦ୍ଧ: ଗୁଳିକାଣ୍ଡରେ ଜଣେ ଆହତ

ବୌଦ୍ଧ:ବୌଦ୍ଧ ଜିଲ୍ଲା ଗୁଛାଗୁଡ଼ା ଗାଁରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର  ହୋଇଛନ୍ତି। ତାଙ୍କ ନାମ ଏକାଦୁସିଆ  ମହାକୁଡ଼। ତାଙ୍କୁ  ପ୍ରଥମେ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଗତକାଲି ଗୁଛାଗୁଡ଼ାରେ ପୁଷପୁନି ଯାତ୍ରାରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ପୋଲିସ୍‌ ଉପସ୍ଥିତିରେ କିଛି ଯୁବକ ମନସାଗୁଡ଼ା ଗାଁର ଏକାଦୁସିଆଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ପରେ […]

gulikanfa

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 11:57 AM IST

ବୌଦ୍ଧ:ବୌଦ୍ଧ ଜିଲ୍ଲା ଗୁଛାଗୁଡ଼ା ଗାଁରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର  ହୋଇଛନ୍ତି। ତାଙ୍କ ନାମ ଏକାଦୁସିଆ  ମହାକୁଡ଼। ତାଙ୍କୁ  ପ୍ରଥମେ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।

ଗତକାଲି ଗୁଛାଗୁଡ଼ାରେ ପୁଷପୁନି ଯାତ୍ରାରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ପୋଲିସ୍‌ ଉପସ୍ଥିତିରେ କିଛି ଯୁବକ ମନସାଗୁଡ଼ା ଗାଁର ଏକାଦୁସିଆଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ତାଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏକାଦୁସିଆଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି।

Related story